Image Courtesy of India Today
ନୂଆଦିଲ୍ଲୀ : ଗର୍ଭବତୀ ମହିଳାମାନେ ଦୁଇଟିଯାକ କୋଭିଡ ଟିକା ନେବା ଉଚିତ ବୋଲି କହିଛନ୍ତି ନିତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡ. ଭି କେ ପଲ୍। ଦେଶର ସମସ୍ତ ଗର୍ଭବତୀ ମହିଳାମାନେ ସ୍ବତଃ କୋଭିଡ୍-୧୯ର ଦୁଇଟିଯାକ ଟିକା ନେବାକୁ ଆଗେଇ ଆସିବା ଦରକାର ବୋଲି ସେ କହିଛନ୍ତି। ସାମ୍ପ୍ରତିକ କୋଭିଡ୍ ସ୍ଥିତିରେ ସେମାନଙ୍କୁ ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କୋଭିଡ୍ର ଦ୍ବିତୀୟ ଲହର ସରି ନଥିବାବେଳେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବାରୁ ସମସ୍ତେ ଟିକା ନେବା ଜରୁରି। ଘରେ ରହି ଉତ୍ସବ ପାଳନ୍ତୁ, ବାହାରକୁ ଯାଆନ୍ତୁ ନାହିଁ। ଦୁଇଟିଯାକ ଟିକା ନେଇଥିଲେ ମଧ୍ୟ ମାସ୍କ ପିନ୍ଧିବା ଜରୁରି ବୋଲି କହିଛନ୍ତି ଡ. ପଲ୍।
Follow Us