ଗର୍ଭବତୀ ତରୁଣୀକୁ ଦୁଷ୍କର୍ମ ପୂର୍ବରୁ ରୁଷ୍ ସୈନିକଙ୍କ ଧମକ: ସହଯୋଗ ନ କଲେ ୨୦ ଜଣଙ୍କୁ ଡାକି ଆଣିବି

Advertisment
ଗର୍ଭବତୀ ତରୁଣୀକୁ ଦୁଷ୍କର୍ମ ପୂର୍ବରୁ ରୁଷ୍ ସୈନିକଙ୍କ ଧମକ: ସହଯୋଗ ନ କଲେ ୨୦ ଜଣଙ୍କୁ ଡାକି ଆଣିବି

History.com

କିବ୍: ରୁଷ୍ ନିୟନ୍ତ୍ରଣରେ ଥିବା ୟୁକ୍ରେନ୍‌ର ଖେରସନ ଗାଁରେ ଜଣେ ମଦ୍ୟପ ରୁଷୀୟ ସୈନିକ ଗର୍ଭବତୀ ଥିବା ୧୬ ବର୍ଷୀୟା ତରୁଣୀକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ତରୁଣୀଟି ପ୍ରଥମେ ସହଯୋଗ ନ କରିବାରୁ ‘ମୋ ସହ ଶୁଅ, ନ ହେଲେ ଆଉ ୨୦ ଜଣଙ୍କୁ ଡାକି ଆଣିବି’ ବୋଲି ସୈନିକ ଜଣକ ଧମକ ଦେଇଥିଲା। ଅଭିଯୋଗ ଅନୁସାରେ ଦୁଷ୍କର୍ମ ସମୟରେ ତରୁଣୀ ଜଣକ ୬ ମାସର ଅନ୍ତଃସତ୍ତ୍ବା ଥିଲା। ସୈନିକ ଜଣକ ତଣ୍ଟିକୁ ଚିପିଧରି ସହଯୋଗ ନ କଲେ ମାରିଦେବାକୁ ମଧ୍ୟ ଧମକ ଦେଇଥିବା ତରୁଣୀଟି ଅଭିଯୋଗ କରିଛି। ଉକ୍ତ ଅଞ୍ଚଳକୁ ରୁଷ୍ ସେନା ନିଜ ନିୟନ୍ତ୍ରଣକୁ ନେଇଯାଇଥିବା ବେଳେ ପୀଡ଼ିତା ଓ ତା’ ପରିବାର ବୋମାମାଡ଼ରୁ ବର୍ତ୍ତିବା ପାଇଁ ଘରର ଭୂଇଁତଳ କୋଠରିରେ ରହୁଛନ୍ତି। ସୂର୍ଯ୍ୟାସ୍ତ ପରେ ଖାଇବା ପାଇଁ ସେମାନେ ପିଲାଙ୍କୁ ନେଇ ବାହାରକୁ ବାହାରିଥିବା ବେଳେ ମଦ୍ୟପ ସୈନିକର ନଜର ସେମାନଙ୍କ ଉପରେ ପଡ଼ିଥିଲା। ସେ ପ୍ରଥମେ ଝିଅମାନଙ୍କ ବୟସ ପଚାରି ୧୨, ୧୪ ଓ ୧୬ ବୋଲି ଜାଣିବା ପରେ ତାଙ୍କ ମାଆଙ୍କୁ ଧରିନେଇ କିଛି ସମୟ ପରେ ଛାଡ଼ି ଦେଇଥିଲା। ତା’ପରେ ସେ ୧୬ ବର୍ଷୀୟା ଗର୍ଭବତୀ ତରୁଣୀକୁ ନାନା ଧମକ ଦେଇ ଦୁଷ୍କର୍ମ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe