ଗର୍ଭବତୀ ମହିଳାଙ୍କୁ ପ୍ରସବ କରାଇବା ସମୟରେ ଉଡ଼ିଗଲା ଡ଼ାକ୍ତରଙ୍କ ହୋସ ! ଗର୍ଭରେ ଶିଶୁ ନ ଥିବା ବେଳେ କିଛି ସମୟରେ ପରେ ସାମ୍ନାକୁ ଆସିଲା ପ୍ରକୃତ ଘଟଣା

ଗର୍ଭବତୀ ମହିଳାଙ୍କୁ ପ୍ରସବ କରାଇବା ସମୟରେ ଉଡ଼ିଗଲା ଡ଼ାକ୍ତରଙ୍କ ହୋସ ! ଗର୍ଭରେ ଶିଶୁ ନ ଥିବା ବେଳେ କିଛି ସମୟରେ ପରେ ସାମ୍ନାକୁ ଆସିଲା ପ୍ରକୃତ ଘଟଣା

Hello Magazine

କୋଲକାତା : କୋଲକାତାର ଏକ ହସ୍ପିଟାଲରେ ଘଟିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଜଣେ ଗର୍ଭବତୀ ମହିଳା ୧୦ମାସ ୧୦ଦିନ ଗର୍ଭଧାରଣ କରିବା ପରେ ଶେଷରେ ପ୍ରସବର ଦିନ ଆସିଥିଲା । ପ୍ରସବ ପରେ ନିଜ ଛୁଆକୁ ହାତରେ ଧରିବାର ସୁଖକୁ ଅନୁଭବ କରିବା ପାଇଁ ମା’ ଅପେକ୍ଷା କରି ରହିଥିବା ବେଳେ ଡ଼ାକ୍ତର ତାଙ୍କୁ କ’ଣ ଉତ୍ତର ଦେବେ ବୋଲି ଆପଣ ଭାବୁଛନ୍ତି? କାରଣ ଅସ୍ତ୍ରୋପଚାର କରି ପ୍ରସବ କରିବାକୁ ଯିବା ବେଳେ ଅସ୍ତ୍ରୋପଚାର ସମୟରେ ଗର୍ଭରେ ଶିଶୁ ନ ଥିବା ଦେଖିଥିଲେ ଡ଼ାକ୍ତର । ଏହା କିପରି ସମ୍ଭବ ତାହା ଭାବି ଆଶ୍ଚର୍ଯ୍ୟ ହେବା ସହ ଅନ୍ୟ ଏକ ଡ଼ାକ୍ତରଖାନାକୁ ପୀଡ଼ିତାଙ୍କୁ ପଠାଯିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା ।

publive-image ww1.rongdat.info

ସୂଚନା ମୁତାବକ, ସୁର୍ଯ୍ୟପୁର ଅଞ୍ଚଳରେ ରହୁଥିବା ୨୫ବର୍ଷିୟ ମାଭିଆ ମଣ୍ଡଲ ଗର୍ଭବତୀ ଥିଲେ । ହଠାତ୍‌ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ମାଭିଆଙ୍କୁ ବାରୁଇପୁର ହସ୍ପିଟାଲକୁ ନେଇ ଯାଇଥିଲେ । ପ୍ରଥମେ ନର୍ମାଲ ଡ଼େଲିଭରି କରିବା ପାଇଁ ଡ଼ାକ୍ତର ଚେଷ୍ଟା କରିଥିବା ବେଳେ ସଫଳ ନହେବାରୁ ଅସ୍ତ୍ରୋପଚାର କରିବା ପାଇଁ ନିଷ୍ପତ୍ତିି ନେଇଥିଲେ । କିନ୍ତୁ ଗର୍ଭାଶୟ ଖୋଲିବା ପରେ ଭିତରେ କିଛି ନଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଡ଼ାକ୍ତର । ଏହା ଦେଖିବା ପରେ କୌଣସି ଉପାୟ ନ ପାଇ ଡ଼ାକ୍ତର ମାଭିଆଙ୍କୁ ନ୍ୟାସ୍‌ନାଲ ମେଡ଼ିକାଲ କଲେଜ ପଠାଇଥିଲେ । ସେଠାକୁ ଯିବା ପରେ ଗର୍ଭରେ ଶିଶୁ ନଥିବାର ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ସେଠାରେ ମହିଳାଙ୍କ ଅସ୍ତ୍ରୋପଚାର କରାଯିବା ପରେ ମହିଳାଙ୍କ ଗର୍ଭଶୟ ବଦଳରେ ଏବ୍‌ଡ଼ୋମିନଲ କ୍ୟାଭିଟି ଭିତରେ ଶିଶୁଟି ରହି ଯାଇଥିବା ଜଣା ପଡ଼ିଥିଲା । ଅସ୍ତ୍ରୋପଚାର ପରେ ଏବେ ଉଭୟ ଶିଶୁ ଏବଂ ମା’ ସୁସ୍ଥ ଥିବା ଜଣା ପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe