ସିକ୍କିମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରେମ ସିଂ ତମାଙ୍ଗ, ପ୍ରଥମ ଦିନରେ ନେଲେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

Advertisment
ସିକ୍କିମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରେମ ସିଂ ତମାଙ୍ଗ, ପ୍ରଥମ ଦିନରେ ନେଲେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଗ୍ୟାଙ୍ଗଟକ : ପ୍ରେମ ସିଂ ତମାଙ୍ଗ (ପିଏସ ଗୋଲେ) ସିକ୍କିମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ କରିବା ପରେ ସେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହା ମଧ୍ୟରେ ରହିଛି ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସପ୍ତାହକୁ ୨ ଦିନ ଅର୍ଥାତ ଶନିବାର ଓ ରବିବାର ଛୁଟି ଘୋଷଣା କରାଯାଇଛି । ଅର୍ଥାତ ସେମାନେ ସପ୍ତାହର ୫ ଦିନ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସରକାରୀ କାମ କରିବେ । ଏହା ସହିତ ସେ ଆଉ ଏକ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିଧାୟକମାନଙ୍କ ପାଇଁ ଦାମୀ ଫର୍ଚୁନର ଗାଡ଼ି ବଦଳରେ ସ୍କରପିଓ ଗାଡ଼ି ବ୍ୟବହାର କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ସରକାରଙ୍କ ବ୍ୟୟ କମହେବ ବୋଲି ସେ ଆଶା କରୁଛନ୍ତି । ନିର୍ବାଚନ ପ୍ରଚାର ବେଳେ ସେ ଏହି ପ୍ରତିଶ୍ରୁତି ଦେଇଥିଲେ । ତାଙ୍କ ଦଳ ଏସକେଏମ ଦଳ ୩୨ଟୁ ୧୭ ଆସନରେ ବିଜୟୀ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe