ଲକ୍ଷ୍ମୌ: ଉତ୍ତରପ୍ରଦେଶର ମଥୁରାସ୍ଥିତ ବୃନ୍ଦାବନରେ ସନ୍ଥ ପ୍ରେମାନନ୍ଦ ମହାରାଜ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନାଯୋଗ୍ୟ, ଗତ ବୁଧବାର ସକାଳେ ପ୍ରତିଦିନ ଭଳି ପ୍ରେମାନନ୍ଦ ମହାରାଜ ନିଜର ପଦଯାତ୍ରା ପାଇଁ ନିଶ୍ଚିତ ହୋଇଥିବା ରାସ୍ତା ଦେଇ ଆଶ୍ରମକୁ ଯାଇଥିଲେ। ଆଶ୍ରମରୁ ପୁଣି ଚାଲିଚାଲି ନିଜ ନିବାସକୁ ଫେରୁଥିବା ସମୟରେ ଭକ୍ତଙ୍କ ଭିଡ଼ ଲାଗିଥିଲା।
ବୃନ୍ଦାବନର ପରିକ୍ରମା ମାର୍ଗରେ ହରିବଂଶ ମହାପ୍ରଭୁ ହିତୋତ୍ସବ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚାଲିଥିଲା। ଏହି ସମୟରେ ଲୁହାର ଗ୍ରିଲ ଲଗାଯାଇଥିଲା। ଏହି ଗ୍ରିଲ ତଳ ଦେଇ ମହାରାଜ ଯାଉଥିବା ସମୟରେ ତାହା ଖସି ପଡ଼ିଥିଲା।
ସୌଭାଗ୍ୟବଶତଃ ମହାରାଜଙ୍କ ସହିତ ପଦଯାତ୍ରାରେ ସାମିଲ ହୋଇଥିବା ଲୋକେ ଏହି ଲୁହ ଗ୍ରିଲକୁ ଆୟତ୍ତ କରି ନେଇଥିଲେ।
Follow Us