ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି : ଅହମଦାବାଦ୍‌ରେ ‘କେମ୍‌ ଛୋ ଟ୍ରମ୍ପ୍‌’ କାର୍ଯ୍ୟକ୍ରମ

ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି : ଅହମଦାବାଦ୍‌ରେ ‘କେମ୍‌ ଛୋ ଟ୍ରମ୍ପ୍‌’ କାର୍ଯ୍ୟକ୍ରମ

Business Standard

ଅହମଦାବାଦ୍‌ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆସନ୍ତା ୨୪ ଓ ୨୫ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତ‌ରେ ଆସୁଛନ୍ତି। ଟ୍ରମ୍ପ୍‌ଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବାପାଇଁ ବ୍ୟାପକ ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ, ଟ୍ରମ୍ପ୍‌ ଏବଂ ତାଙ୍କ ପତ୍ନୀ ମେଲାନିଆଙ୍କ ଭାରତ ଗସ୍ତ ପାଇଁ ସେ ଖୁବ୍‌ ଖୁସି ଅଛନ୍ତି । ଉଭୟଙ୍କୁ ସ୍ବାଗତ ସ୍ମରଣୀୟ ହେବ ବୋଲି ମୋଦୀ କହିଛନ୍ତି।

ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ଅବସରରେ ମୋଦୀଙ୍କ ଗୃହ ରାଜ୍ୟ ଗୁଜରାଟ ଗସ୍ତ କରିବେ। ଅହମଦାବାଦ୍‌ ବିମାନବନ୍ଦରଠାରୁ ସାବରମତୀ ଆଶ୍ରମ ପର୍ଯ୍ୟନ୍ତ ୧୦ କିମି ଧରି ରୋଡ୍‌ସୋ ଆୟୋଜନ ହେବ। ଟ୍ରମ୍ପ୍‌ ସାବରମତୀ ଆଶ୍ରମ ଯି‌ବେ। ପରେ ଉଭୟ ଟ୍ରମ୍ପ୍‌ ଏବଂ ମୋଦୀ ଅହମଦାବାଦ୍‌ର ମୋତେରାରେ ନୂଆ କରି ନିର୍ମାଣ ହୋଇଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍‌ ଷ୍ଟାଡିୟମ୍‌ ଉଦ୍‌ଘାଟନ କରିବେ। ଏହି ଷ୍ଟାଡିୟମ୍‌ରେ ମୋଦୀ ଏବଂ ଟ୍ରମ୍ପ୍‌ ‘କେମ୍‌ ଛୋ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ଯୋଗ ଦେବେ।

୫-୭ ନିୟୁତ ଲୋକ ସ୍ବାଗତ କରିବେ: ଟ୍ରମ୍ପ୍‌
ୱାସିଂଟନ୍‌ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ ନେଇ ବେଶ୍‌ ଉତ୍ସାହ ଦେଖାଇଛନ୍ତି। ଟ୍ରମ୍ପ୍‌ କହିଛନ୍ତି ଯେ, ଅହମଦାବାଦ୍‌ ବିମାନବନ୍ଦରରୁ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ତାଙ୍କୁ ୫-୭ ନିୟୁତ ଲୋକ ସ୍ବାଗତ କରିବେ ବୋଲି ତାଙ୍କୁ ସୂଚନା ମିଳିଛି। ଭାରତ ଗସ୍ତ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସେ ଗତ ସପ୍ତାହାନ୍ତରେ ମୋଦୀଙ୍କ ସହ କଥା ହୋଇଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe