ସବନମ୍‌ଙ୍କୁ ଫାଶୀ ପାଇଁ ମଥୁରା ଜେଲ୍‌ରେ ପ୍ରସ୍ତୁତି

Advertisment

ମୋ ମା’ଙ୍କୁ କ୍ଷମା କରିଦିଅ, ରାଷ୍ଟ୍ରପତିଙ୍କୁ ଅନୁରୋଧ କଲେ ସବନମ୍‌ଙ୍କ ପୁଅ

ମୋ ମା’ଙ୍କୁ କ୍ଷମା କରିଦିଅ, ରାଷ୍ଟ୍ରପତିଙ୍କୁ ଅନୁରୋଧ କଲେ ସବନମ୍‌ଙ୍କ ପୁଅ

ସବନମ୍‌ଙ୍କୁ ଫାଶୀ ପାଇଁ ମଥୁରା ଜେଲ୍‌ରେ ପ୍ରସ୍ତୁତି

India Narrative Hindi

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଅମ୍‌ରୋହା ହତ୍ୟା ମାମଲାରେ ଦୋଷୀ ସବନମ୍‌ଙ୍କୁ ଫାଶୀ ପାଇଁ ମଥୁରା ଜେଲ୍‌ରେ ପ୍ରସ୍ତୁତି ଆରମ୍ଭ ‌ହୋଇଯାଇଛି। ସବନମ୍‌ ତାଙ୍କ ପ୍ରେମିକ ସଲିମ୍‌ଙ୍କ ସହ ମିଶି ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ଅତି ବର୍ବର ଭାବେ ହତ୍ୟା କରିଥିଲେ। ୨୦୦୮ ମସିହାର ଏହି ହତ୍ୟା ମାମଲାରେ ସବନମ୍‌ ଦୋଷୀସାବ୍ୟସ୍ତ ହୋଇ ଫାଶୀଦଣ୍ଡରେ ଦଣ୍ଡିତ ହୋଇଥିଲେ। ଏହି ମାମଲାରେ ସବନମ୍‌ଙ୍କ ରିଭ୍ୟୁ ପିଟିସନ୍‌ ସୁପ୍ରିମକୋର୍ଟରେ ଖାରଜ ହେବାପରେ ରାଷ୍ଟ୍ରପତି ମଧ୍ୟ ତାଙ୍କ କ୍ଷମା ଆବେଦନକୁ ଖାରଜ କରିଛନ୍ତି।

publive-image

ଅନ୍ୟପ‌କ୍ଷେ ସବନମ୍‌ ଅଲିଙ୍କ ୧୨ ବର୍ଷୀୟ ପୁଅ ତାଙ୍କ ମା’ଙ୍କୁ କ୍ଷମା କରିଦେବାପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି। ତାଙ୍କ ମା’ଙ୍କ କ୍ଷମା ଆବେଦନ ଉପରେ ବିଚାର କରିବାପାଇଁ ସେ ରାଷ୍ଟ୍ରପତିଙ୍କୁ ସୋସିଆଲ ମିଡିଆରେ ଅନୁ‌ରୋଧ କରିଛନ୍ତି। ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ସବନମ୍‌ଙ୍କ ପୁଅ ହାତରେ ଏକ ପ୍ଲାକାର୍ଡ ଧରିଛନ୍ତି ଏବଂ ଏଥିରେ ଲେଖାଅଛି ‘ପ୍ରେସିଡେଣ୍ଟ୍‌ ଅଙ୍କଲ୍‌, ମୋ ମା’ଙ୍କୁ ମୁଁ ବହୁତ ଭଲ ପାଉଛି ଏବଂ ତାଙ୍କୁ ଦୟାକରି କ୍ଷମା କରିଦିଅନ୍ତୁ। ମା’ଙ୍କ ଫାଶୀଦଣ୍ଡ କାର୍ଯ୍ୟକାରୀ ହେବ ବୋଲି ଶୁଣି ସବନମ୍‌ଙ୍କ ପୁଅ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ବୋଲି କୁହାଯାଉଛି।

ଇତି ମଧ୍ୟରେ ମଥୁରା ଜେଲ୍‌ରେ ସବନମ୍‌ଙ୍କୁ ଫାଶୀ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମଥୁରାର ଏହି ଜିଲ୍ଲା ଜେଲ୍‌ ୧୫୦ ବର୍ଷ ପୂର୍ବେ ୧୮୭୦ରେ ନିର୍ମାଣ ହୋଇଥିଲା। ଦେଶରେ ଏହି ଏକମାତ୍ର ଜେଲ୍‌ରେ କେବଳ ମହିଳା ଫାଶୀ ଗୃହ ରହିଛି। କିନ୍ତୁ ସ୍ବାଧୀନତା ପରଠାରୁ ଏଠାରେ କୌଣସି ଜଣେ ହେଲେ ମହିଳାଙ୍କୁ ଫାଶୀ ଦିଆଯାଇନଥିଲା। ଦେଶର ପ୍ରଥମ ମହିଳା ଭାବେ ସବନମ୍‌ଙ୍କୁ ସ୍ବାଧୀନତା ପରେ ପ୍ରଥମ ଫାଶୀ ମିଳିବ। ସବନମ୍‌ଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବାପାଇଁ ପବନ ଜହ୍ଲାଦ ଜେଲ୍‌ ପରିସର ଯାଇ ସ୍ଥିତି ଯା‌ଞ୍ଚ କରିଛନ୍ତି। ତେବେ ଫାଶୀ ଗୃହରେ ରକ୍ଷଣାବେକ୍ଷଣର ଆବଶ୍ୟକତା ରହିଛି। ଫାଶୀ ପୂର୍ବରୁ ଏହାକୁ ଭଲଭାବେ ସଜାଡ଼ିବାକୁ ପଡ଼ିବ ବୋଲି ପବନ ଜହ୍ଲାଦ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe