୫ ରାଜ୍ୟର ନିର୍ବାଚନ ପୂର୍ବରୁ ପ୍ରସ୍ତୁତି: କୋଭିଡ୍‌ ସ୍ଥିତି ସମୀକ୍ଷା କଲେ ନିର୍ବାଚନ କମିସନ୍‌

ଟିକାକରଣ ତ୍ବରାନ୍ବିତ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ

ନିର୍ବାଚନୀ ସ୍ବଚ୍ଛତା: ୨,୦୦୦ ଟଙ୍କାରୁ ଅଧିକ ସମସ୍ତ ଖର୍ଚ୍ଚ ଲାଗି ଡିଜିଟାଲ୍‌ କାରବାର କିମ୍ବା ଆକାଉଣ୍ଟ ପେଇ ଚେକ୍‌ ବ୍ୟବହାର ବାଧ୍ୟତାମୂଳକ ହେଉ

(Photo Credits: PTI)

ନୂଆଦିଲ୍ଲୀ: ଆଗକୁ ନିର୍ବାଚନ ଥିବା ୫ଟି ରାଜ୍ୟରେ ନିର୍ବାଚନ କମିସନ୍‌ ଆଜି କୋଭିଡ୍‌ ସ୍ଥିତି ସମୀକ୍ଷା କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ସହ ଆଜି ନିର୍ବାଚନ କମିସନ୍‌ ୫ ରାଜ୍ୟର ସ୍ଥିତି ସମୀକ୍ଷା କରିଛନ୍ତି। ସେହିପରି ନିର୍ବାଚନରେ ଡ୍ରଗ୍ସର ପ୍ରଭାବକୁ ରୋକିବା ପାଇଁ ଏନ୍‌ସିବି ଶୀର୍ଷ ଅଧିକାରୀଙ୍କୁ କମିସନ୍‌ ନି‌ର୍ଦ୍ଦେଶ ଦେଇଛନ୍ତି। କମିସନ୍‌ ମଧ୍ୟ ଆଇଟିବିପି, ବିଏସଏଫ୍‌ ଏବଂ ଏସ୍‌ଏସ୍‌ବିର ବରିଷ୍ଠ ଅଧିକାରୀମାନଙ୍କୁ ଭେଟିଛନ୍ତି। ସୂଚନାନୁଯାୟୀ ଆଜି ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ପ୍ରାୟ ଘଣ୍ଟାଏ ଧରି କୋଭିଡ୍‌ ସ୍ଥିତି ସଂକ୍ରାନ୍ତରେ ନିର୍ବାଚନ କମିସନକୁ ଅବଗତ କରିଥିଲେ। ଦେଶରେ ଓମିକ୍ରନ୍‌ ସଂକ୍ରମଣ ବୃଦ୍ଧି ସଂକ୍ରାନ୍ତରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଛି। ନିକଟରେ ସଂକ୍ରମଣ ରୋକିବାପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଜାରି କରିଥିବା ନିର୍ଦ୍ଦେଶାବଳି ଏବଂ କଟକଣା ସଂକ୍ରାନ୍ତରେ ମଧ୍ୟ କମିସନ୍‌ଙ୍କୁ ଅବଗତ କରାଯାଇଛି। ନିର୍ବାଚନ ଥିବା ରାଜ୍ୟମାନଙ୍କରେ ଟିକାକରଣ ତ୍ବରାନ୍ବିତ କରିବାପାଇଁ ନିର୍ବାଚନ କମିସନ୍‌ ଆଜି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ବାଚନ ଥିବା ରାଜ୍ୟମାନଙ୍କର ଟିକାକରଣ ହାର ସଂକ୍ରାନ୍ତରେ ସ୍ବାସ୍ଥ୍ୟ ସଚିବ ଇସିଙ୍କୁ ଅବଗତ କରିବାପରେ ଇସି ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମାସରେ ନିର୍ବାଚନ କମିସନ୍‌ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ମଙ୍ଗଳବାର ଦିନ ମୁଖ୍ୟ ନିର୍ବାଚନ କମିସନର ଉତ୍ତରପ୍ରଦେଶ ଗସ୍ତରେ ଯାଉଛନ୍ତି। ମିଳିଥିବା ସୂଚନାନୁଯାୟୀ ନିର୍ବାଚନ କମିସନ୍ ୫ ରାଜ୍ୟର ନିର୍ବାଚନ ସ୍ଥଗିତ ରଖି ନପାରନ୍ତି। ଓମିକ୍ରନ୍‌ ଆତଙ୍କ ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ୫ ରାଜ୍ୟରେ ନିର୍ବାଚନ ସ୍ଥଗିତ ରଖିବାପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନିର୍ବାଚନ କମିସନ୍‌ ୫ ରାଜ୍ୟରେ କୋଭିଡ୍‌ ସ୍ଥିତି ସମୀକ୍ଷା କରିବାପରେ ନିର୍ବାଚନ ସ୍ଥଗିତ ନହେବା ଭଳି ମନେ ହେଉଛି। ନିର୍ବାଚନ କମିସନଙ୍କ ସମୀକ୍ଷା ପରେ କେନ୍ଦ୍ର ସରକାର ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟକୁ କରୋନା ପାଇଁ ନମୁନା ପରୀକ୍ଷା ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଟିକାକରଣକୁ ମଧ୍ୟ ତ୍ବରାନ୍ବିତ କରିବା ଲାଗି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe