କୋଭିଡ ଟିକା ପ୍ରସ୍ତୁତି ତ୍ବରାନ୍ବିତ ହୋଇଛି: ଆଇସିଏମ୍‌ଆର ମହାନିର୍ଦ୍ଦେଶକ

Advertisment

କୋଭାକ୍ସିନ୍‌ ଟିକାର ମାନବୀୟ ପରୀକ୍ଷଣ ଆରମ୍ଭ

କୋଭାକ୍ସିନ୍‌ ଟିକାର ମାନବୀୟ ପରୀକ୍ଷଣ ଆରମ୍ଭ

‌ଦେଶରେ କିଛି ଲୋକ ପୁନଃ ସଂକ୍ରମିତ ହୋଇଛନ୍ତି : ଆଇସିଏମ୍‌ଆର

The Logical Indian

ନୂଆଦିଲ୍ଲୀ/ପାଟନା: ବିଶ୍ବର ଔଷଧ ପ୍ରସ୍ତୁତିକର୍ତ୍ତା ନ କହିଲେ ଭାରତକୁ ହିଁ ବୁଝାଏ। ଆମେରିକାରେ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାର ଔଷଧର ୬୦ ପ୍ରତିଶତ ଭାରତରେ ପ୍ରସ୍ତୁତ ହୋଇଥାଏ। ସେହିପରି ଆଫ୍ରିକା, ୟୁରୋପ, ବକ୍ଷିଣପୂର୍ବ ଏସିଆ କି ବିଶ୍ବର ଅନ୍ୟ କୌଣସି ପ୍ରାନ୍ତରକୁ ଯୋଗାଣ ହେଉଥିବା ରୁବେଲା, ମିଜଲ୍‌ସ ଓ ପୋଲିଓ ଆଦି ଟିକାର ୬୦ ପ୍ରତିଶତ ମଧ୍ୟ ଭାରତରେ ନିର୍ମିତ। ଏପରି ଶ୍ରେଣୀଗତ(ଜେନେରିକ୍‌) ଟିକାଗୁଡ଼ିକର ପ୍ରସ୍ତୁତିରେ ମାହିର୍ ଥିବା ଭାରତ ହିଁ ବର୍ଷ ବର୍ଷ ଧରି ଏହାକୁ ତିଆରି କରି ଆସିଛି।

ଏ ବିଷୟରେ ସାରା ବିଶ୍ବ ଅବଗତ ବୋଲି ଭାରତୀୟ ଭେଷଜ ଗବେଷଣା ପ୍ରତିଷ୍ଠାନ(ଆଇସିଏମ୍‌ଆର୍) ମହାନିର୍ଦ୍ଦେଶକ ଡା. ବଳରାମ ଭାର୍ଗବ କହିଛନ୍ତି। ତେଣୁ ସମଗ୍ର ବିଶ୍ବ ପାଇଁ ଟିକା ଯୋଗାଣରେ ଭାରତର ପ୍ରମୁଖ ଭୂମିକା ରହିଛି ବୋଲି ସେ କହିଛନ୍ତି। ଅପରପକ୍ଷେ, ଭାରତର ନିଜସ୍ବ ଜ୍ଞାନକୌଶଳରେ ବିକଶିତ କୋଭିଡ୍ ଟିକାର ପ୍ରଥମ ଥର ପାଇଁ ମାନବ ଶରୀରରେ ନୈଦାନିକ ପରୀକ୍ଷଣ ଗତକାଲିଠାରୁ ବିହାରର ରାଜଧାନୀ ସହର ପାଟନା ସ୍ଥିତ ଅଖିଳ ଭାରତୀୟ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ(ଏମ୍‌ସ)ରେ ଆରମ୍ଭ ହୋଇଛି। ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍‌ଆର୍‌) ସହଯୋଗରେ ପୁଣେ ସ୍ଥିତ ଜାତୀୟ ଭୂତାଣୁ ବିଜ୍ଞାନ ପ୍ରତିଷ୍ଠାନ(ଏନ୍‌ଆଇଭି) ଓ ହାଇଦ୍ରାବାଦ ସ୍ଥିତ ଭେଷଜ କମ୍ପାନି ଭାରତ ବାୟୋଟେକ୍‌ ଇଣ୍ଟରନାସନାଲ୍‌ ଲି. ଦ୍ବାରା ମିଳିତ ଭାବେ ବିକଶିତ କୋଭାକ୍ସିନ୍‌ ନାମକ ଏହି ଟିକାର ମାନବୀୟ ପରୀକ୍ଷଣ ପାଇଁ ୧୦ ଜଣ ସ୍ବେଚ୍ଛାସେବୀ ସାମିଲ ହୋଇଛନ୍ତି। ଏଥିପାଇଁ ୧୮ରୁ ୫୫ ବର୍ଷ ବୟସର ସୁସ୍ଥ ସ୍ବେଚ୍ଛାସେବୀଙ୍କର ଆବଶ୍ୟକତା ଥିବା ବେଳେ ୨୦୦ରୁ ୩୦୦ଜଣ ଆବେଦନକାରୀଙ୍କ ଭିତରୁ ମାତ୍ର ୨୧୦ ଜଣଙ୍କୁ ବଛାଯାଇଛି। ଏହି ଟିକାର ମନୁଷ୍ୟ ଶରୀରରେ ନୈଦାନିକ ପରୀକ୍ଷଣ ପାଇଁ ପାଟନା ଏମ୍‌ସ ସମେତ ୧୨ଟି ଭେଷଜ ଅନୁଷ୍ଠାନକୁ ବଛାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe