ସରକାର ଗଠନ ପାଇଁ ପ୍ରସ୍ତୁତି ଶେଷ ହୋଇଛି, ଖୁବ ଶୀଘ୍ର ହେବ ଘୋଷଣା: ତାଲିବାନ ମୁଖପାତ୍ର

ସରକାର ଗଠନ ପାଇଁ ପ୍ରସ୍ତୁତି ଶେଷ ହୋଇଛି, ଖୁବ ଶୀଘ୍ର ହେବ ଘୋଷଣା: ତାଲିବାନ ମୁଖପାତ୍ର

www.indiatoday.in

କାବୁଲ: ଗତକାଲି ଖବର ମିଳିଥିଲା ଯେ, ତାଲିବାନ ପଞ୍ଜଶୀର ଉପତ୍ୟକାକୁ ସଂପୂର୍ଣ୍ଣ ରୂପେ ନିଜ ନିୟନ୍ତ୍ରଣକୁ ନେଇଯିବା ପରେ ଆଫଗାନିସ୍ତାନରେ ପରବର୍ତ୍ତୀ ସରକାର ଗଠନ କରିବା ପାଇଁ ଚୂଡ଼ାନ୍ତ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଆଜି ସରକାର ଗଠନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି ବୋଲି କହିଛନ୍ତି ତାଲିବାନ ମୁଖପାତ୍ର ଅହମ୍ମଦୁଲ୍ଲା ମୁଟ୍ଟାକି।

ଟୁଇଟ କରି ସେ ଲେଖିଛନ୍ତି ଯେ, ଇସଲାମ ସରକାର ଘୋଷଣା ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଭଗବାନଙ୍କ ଇଚ୍ଛାରେ ଖୁବ ଶୀଘ୍ର ସରକାର ଘୋଷଣା କରାଯିବ | ଆଫଗାନିସ୍ତାନ ଇତିହାସର ଗତ ୪୦ବର୍ଷ ମଧ୍ୟରେ ଏହା ଏକମାତ୍ର ସରକାର ହେବ ଯାହା ସମଗ୍ର ଆଫଗାନିସ୍ତାନ ଉପରେ ଶାସନ କରିବ। ତେବେ ସରକାର ଘୋଷଣା କରିବାର କୌଣସି ନିର୍ଦ୍ଦିଷ୍ଟ ତାରିଖ ସାମ୍ନାକୁ ଆସିନଥିଲେ ବି ଆସନ୍ତା କିଛି ଦିନ ମଧ୍ୟରେ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି।

ସୂତ୍ରରୁ ପ୍ରକାଶ ଯେ ଆଫଗାନିସ୍ତାନରେ ସରକାର ଗଠନ ପାଇଁ ତାଲିବାନ ପକ୍ଷରୁ ଆୟୋଜିତ ହେବାକୁ ଥିବା ଉତ୍ସବରେ ସାମିଲ ହେବା ପାଇଁ ପାକିସ୍ତାନ, ତୁର୍କୀ, କତାର, ରୁଷିଆ, ଚୀନ୍‌ ଓ ଇରାନକୁ ତାଲିବାନ ପକ୍ଷରୁ ବିଧିବଦ୍ଧ ନିମନ୍ତ୍ରଣ ପଠାଯାଇଛି।

ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍‌ ସୋମବାର କାବୁଲରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଯୁଦ୍ଧ ଶେଷ ହୋଇଛି ଏବଂ ସେମାନେ ସ୍ଥିର ଆଫଗାନିସ୍ତାନ ପାଇବାକୁ ଆଶା କରୁଛନ୍ତି। ଯିଏ ଅସ୍ତ୍ର ଉଠାଇବ, ସେ ଲୋକ ତଥା ଦେଶର ଶତ୍ରୁ। ଲୋକମାନେ ଜାଣିବା ଉଚିତ ଯେ ଆକ୍ରମଣକାରୀମାନେ ଆମ ଦେଶକୁ କେବେବି ପୁନଃ ନିର୍ମାଣ କରିବେ ନାହିଁ ଏବଂ ଏହା ଆମମାନଙ୍କର ଦାୟିତ୍ୱ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe