ଶତ୍ରୁର ମୁକାବିଲା ଲାଗି ଭଲରୂପେ ପ୍ରସ୍ତୁତ: ଲଦାଖସ୍ଥିତ ଭାରତୀୟ ବାୟୁସେନା ପାଇଲଟ୍‌

Advertisment
ଶତ୍ରୁର ମୁକାବିଲା ଲାଗି ଭଲରୂପେ ପ୍ରସ୍ତୁତ: ଲଦାଖସ୍ଥିତ ଭାରତୀୟ ବାୟୁସେନା ପାଇଲଟ୍‌

Image Courtesy of The Times of India

ଲେହ: ଲଦାଖ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ମୁତୟନ ହୋଇଥିବା ଭାରତୀୟ ବାୟୁସେନାର ପାଇଲଟ୍‌ମାନେ କହିଛନ୍ତି ଯେ, ଯେକୌଣସି ପରିସ୍ଥିତି ଓ ବିପଦର ମୁକାବିଲା କରିବାକୁ ସେମାନେ ଯଥେଷ୍ଟ ଭାବେ ପ୍ରସ୍ତୁତ ଅଛନ୍ତି।

ଶୀତ ଆସୁଥିବାରୁ ସମ୍ପ୍ରତି ଲେହ୍‌ ବିମାନଘାଟିରେ ଅନେକ ପ୍ରକାରର ପ୍ରସ୍ତୁତି କାର୍ଯ୍ୟକଳାପ ଚାଲିଛି। ଯବାନମାନଙ୍କୁ ଆବଶ୍ୟକ ସାମଗ୍ରୀ ଓ ଉପକରଣ ଯୋଗାଇ ଦେବାକୁ ପରିବହନ ବିମାନ ସବୁ ନିୟମିତ ବ୍ୟବଧାନରେ ଯାତାୟାତ କରୁଛନ୍ତି। ଦୂରରୁ ଲଢୁଆ ବିମାନମାନଙ୍କର ଉଡ଼ାଣ ଶବ୍ଦ ମଧ୍ୟ ଶୁଭୁଛି।

‘ସି-୧୭ ଗ୍ଲୋବ୍‌ମାଷ୍ଟର୍‌, ‘ଇଲୁସିନ୍-୭୬ ଏବଂ ‘ଆଣ୍ଟୋନିଓ-୩୨’ ସହ ‘ଆପାଚି ଆଟାକ୍’ ଏବଂ ‘ଚିନୁକ୍ ହେଭି ଲିଫ୍ଟ୍‌ ହେଲିକପ୍ଟର୍‌’ ଯାତାୟାତ କରୁଛନ୍ତି। ଘାଟିରୁ ‘ମିଗ୍-୨୯’ ବିମାନ ସବୁ ମଧ୍ୟ ସଂକ୍ଷିପ୍ତ ଉଡ଼ାଣ କରୁଛନ୍ତି।

publive-image Image Courtesy of Varindia

ପଶ୍ଚମ ଏବଂ ଉତ୍ତର ଭଳି ପ୍ରତିକୂଳ ପରିସ୍ଥିତିପୂର୍ଣ୍ଣ ଅଞ୍ଚଳରେ ବାୟୁସେନା ପ୍ରସ୍ତୁତି ସମ୍ବନ୍ଧରେ ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରୁ ମିଗ୍-୨୯ ଚଳାଉଥିବା ଜଣେ ଫ୍ଲାଇଟ୍ ଲେଫ୍‌ଟନାଣ୍ଟ୍‌ କହିଲେ ଯେକୌଣସି ପରିସ୍ଥିତର ମୁକାବିଲା ନିମନ୍ତେ ଭାରତୀୟ ବାୟୁସେନା ପ୍ରସ୍ତୁତ ହୋଇ ରହିଛି। ଯେକୌଣସି ପ୍ରକାର ବିପଦର ମୁକାବିଲା କରିବାକୁ ଭାରତୀୟ ବାୟୁସେନାର ଅସ୍ତ୍ରଶସ୍ତ୍ର ଅଛି ଏବଂ ଯଥେଷ୍ଟ ପ୍ରସ୍ତୁତି ମଧ୍ୟ ହୋଇଛି। କର୍ମଚାରୀମାନଙ୍କୁ ମୋଟିଭେଟ୍‌ କରାଯିବା ସହ ଉତ୍ତମ ତାଲିମ ପ୍ରଦାନ କରାଯାଇଛି।

ସେ ଅଞ୍ଚଳରେ ଚିତା ହେଲିକପ୍ଟର୍ ଚଳାଉଥିବା ଅନ୍ୟ ଜଣେ ଫ୍ଲାଇଟ୍ ଲେଫ୍‌ଟନାଣ୍ଟ୍‌ କହିଲେ, ଶତ୍ରୁର ମୁକାବିଲା ନିମନ୍ତେ ସେମାନେ ଠିକଣାସ୍ଥାନରେ ଅବସ୍ଥାପିତ ହୋଇଛନ୍ତି। ନିର୍ବାଚିତ ଅଞ୍ଚଳରେ ଆମକୁ ମୁତୟନ କରାଯାଇଛି ଏବଂ ଶୀତ ପାଇଁ ପ୍ରସ୍ତୁତି ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe