ସଂସଦୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ: ହୀରକ ତ୍ରିଭୁଜକୁ ‘ସ୍ବଦେଶ ଦର୍ଶନ ଯୋଜନା’ରେ ସାମିଲ ପାଇଁ ସୁପାରିସ

ଲୋକସଭାରେ ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ, ୪ କଂଗ୍ରେସ ସାଂସଦ ସଂପୂର୍ଣ୍ଣ ମୌସୁମୀ ଅଧିବେଶନ ପାଇଁ ନିଲମ୍ବିତ

Image Courtesy of Zee News

ନୂଆଦିଲ୍ଲୀ: ବୌଦ୍ଧ ଧର୍ମର ପ୍ରସିଦ୍ଧ ସ୍ଥଳ ରତ୍ନଗିରି, ଉଦୟଗିରି ଓ ଲଳିତଗିରିକୁ ନେଇ ଗଠିତ ‘ହୀରକ ତ୍ରିଭୁଜ’କୁ ‘ସ୍ବଦେଶ ଦର୍ଶନ ଯୋଜନା’ରେ ସାମିଲ କରିବା ପାଇଁ ପର୍ଯ୍ୟଟନ, ପରିବହନ ଓ ସଂସ୍କୃତି ସଂପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ସୁପାରିସ କରିଛି। ବିଜେପି ସାଂସଦ ଟିଜି ଭେଙ୍କଟେଶଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଜି ସଂସଦରେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ରିପୋର୍ଟରେ କୁହାଯାଇଛି, ବୌଦ୍ଧ ଐତିହ୍ୟର ବିଶେଷ ଗୁରୁତ୍ବ ବହନ କରୁଥିବା ହୀରକ ତ୍ରିଭୁଜର ବହୁ ଅନୁସନ୍ଧାନ ଏବେ ବି ବାକି ଅଛି।

କୋଣାର୍କ ମନ୍ଦିର ସମେତ ଦେଶର ୧୯ଟି ସୁପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳକୁ ବିଶ୍ବ ସ୍ତରୀୟ ପର୍ଯ୍ୟଟନ ସ୍ଥଳ ଭାବେ ବିକଶିତ କରିବା ପାଇଁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟର ପ୍ରସ୍ତାବ ଅର୍ଥ ବ୍ୟୟ କମିଟି ଦ୍ବାରା ଅକ୍ଟୋବର ୧୫, ୨୦୨୦ରେ ଅନୁମୋଦନ ଲାଭକରିଛି। ୨୦୨୦-୨୧ ରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ଏଥି ପାଇଁ ମୋଟ ୫୧୦୯ କୋଟି ଟଙ୍କା ବ୍ୟୟ ପାଇଁ ଅଟକଳ କରାଯାଇଛି। ତେବେ ଦୀର୍ଘ ମାସ ପରେ ବି ଏହି ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ଲାଭ କରି ନାହିଁ। ଏଥି ପାଇଁ କମିଟି ଉଦ୍‌ବେଗ ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe