କର୍ଣ୍ଣାଟକ ନେତାଙ୍କ ବୟାନ : ଆଗରୁ ଇନ୍ଦିରା ଗାନ୍ଧୀ ଦେଉଥିଲେ, ଏବେ ରାଷ୍ଟ୍ରପତି ମୁର୍ମୁ ମୁଣ୍ଡରେ ଓଢ଼ଣା ଦେଉଛନ୍ତି‌; ହିଜାବକୁ ନେଇ ଅସୁବିଧା କେଉଁଠି ?

Advertisment
କର୍ଣ୍ଣାଟକ ନେତାଙ୍କ ବୟାନ : ଆଗରୁ ଇନ୍ଦିରା ଗାନ୍ଧୀ ଦେଉଥିଲେ, ଏବେ ରାଷ୍ଟ୍ରପତି ମୁର୍ମୁ ମୁଣ୍ଡରେ ଓଢ଼ଣା ଦେଉଛନ୍ତି‌; ହିଜାବକୁ ନେଇ ଅସୁବିଧା କେଉଁଠି ?

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି କର୍ଣ୍ଣାଟକ ହିଜାବ ନିଷେଧ ମାମଲାର ଶୁଣାଣି ହୋଇଥିଲା। ତେବେ କୋର୍ଟ କୌଣସି ରାୟ ଦେବା ପୂର୍ବରୁ ହିଜାବକୁ ନେଇ ପୁଣି ରାଜନୀତି ଆରମ୍ଭ ହୋଇଥିବା ଦେଖାଯାଇଛି। ଜନତା ଦଳ (ସେକୁଲାର୍) କର୍ଣ୍ଣାଟକର ମୁଖ୍ୟ ସିଏମ ଇବ୍ରାହିମ ଆଜି ହିଜାବକୁ ଓଢ଼ଣା ସହ ତୁଳନା କରିଛନ୍ତି। ସେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ଏବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଣ୍ଡରେ ଓଢ଼ଣା ଦେଉଥିବା ବେଳେ ହିଜାବ ପିନ୍ଧିବାରେ ଅସୁବିଧା କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।

ରାଜ୍ୟରେ ହିଜାବ ନିଷେଧାଦେଶ ବିରୋଧରେ ହୋଇଥିବା ଆନ୍ଦୋଳନ ପଛରେ ଇସଲାମିକ ଆଉଟଫିଟ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ)ର ହାତ ଥିବା ନେଇ ଅଭିଯୋଗ ହେଉଥିବା ବେଳେ ଇବ୍ରାହିମ ପ୍ରଶ୍ନ କରିଛନ୍ତି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଣ୍ଡରେ ଓଢ଼ଣା ଦେଉଛନ୍ତି‌। ଏହା ପଛରେ କ’ଣ ପିଏଫଆଇର ଷଡଯନ୍ତ୍ର ଅଛି? ଇନ୍ଦିରା ଗାନ୍ଧୀ ମୁଣ୍ଡରେ ଓଢ଼ଣା ଦେଉଥଲେ ଏବଂ ଏବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ତାଙ୍କ ମୁଣ୍ଡକୁ ଓଢ଼ଣା ଦେଉଛନ୍ତି। ତାହେଲେ ଯେଉଁମାନେ ମୁଣ୍ଡକୁ ଘୋଡ଼ାଇବେ, ସେମାନେ ସମସ୍ତେ ପିଏଫ୍ଆଇ ଦ୍ୱାରା ସମର୍ଥିତ କି? ମୁଣ୍ଡରେ ଓଢ଼ଣା ଦେବା ହେଉଛି ଭାରତର ଇତିହାସ। ଏହା ଭାରତର ସାମାଜିକ ସଂସ୍କାର।

publive-image

ଆଜି ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣି ସମୟରେ କର୍ଣ୍ଣାଟକ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ସୁଦର୍ଶନ ଧୁଲିଆଙ୍କ ଖଣ୍ଡପୀଠଙ୍କୁ କହିଥିଲେ ଯେ ମାର୍ଚ୍ଚ ୨୯, ୨୦୧୩ରେ ଉଡୁପିସ୍ଥିତ ସରକାରୀ ପ୍ରି-ୟୁନିଭରସିଟି ବାଳିକା ମହାବିଦ୍ୟାଳୟ ୟୁନିଫର୍ମର ବ୍ୟବସ୍ଥା କରାଯାଇଥିଲା। ୟୁନିଫର୍ମରେ ହିଜାବ ଅନ୍ତର୍ଭୁକ୍ତ ନଥିଲା ଏବଂ ପ୍ରତ୍ୟେକ ଛାତ୍ର ୟୁନିଫର୍ମ ପିନ୍ଧି ମହାବିଦ୍ୟାଳୟ ଆସିଥିଲେ। ହେ‌ଲେ ୨୦୨୨ମସିହାରେ ସୋସିଆଲ ମିଡିଆରେ ପିଏଫ୍ଆଇ ନାମକ ଏକ ସଂଗଠନ ଦ୍ୱାରା ହିଜାବକୁ ନେଇ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଲୋକଙ୍କ ଧାର୍ମିକ ଭାବନାକୁ ଆଧାର କରି ଆନ୍ଦୋଳନ ସୃଷ୍ଟି କରିବାକୁ ସୋସିଆଲ ମିଡିଆକୁ ବ୍ୟବହାର କରାଯାଇଥିଲା।

ଶୁଣାଣି ସମୟରେ ପିଏଫ୍ଆଇ ନାଁ ଉଠିବାରୁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଇବ୍ରାହିମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe