file photo, credit : New Indian Express
ନୂଆଦିଲ୍ଲୀ: ଆଜି ନବବର୍ଷ। ପୁରୁଣା ବର୍ଷର ଶେଷ ପରେ ଏକ ନୂଆବର୍ଷର ଆରମ୍ଭ ହୋଇଛି। ଏହି କାରଣରୁ ସମସ୍ତେ ସମସ୍ତଙ୍କୁ ଶୁଭେଚ୍ଛା ଦେବାରେ ବ୍ୟସ୍ତ। ତେବେ, ନବବର୍ଷ-୨୦୨୧ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେ ଚାରି ଚାରିଟି ଟ୍ବିଟ୍ କରି ଦେଶବାସୀଙ୍କୁ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କର ପ୍ରଥମ ଟ୍ବିଟ୍ରେ ନୂଆବର୍ଷ ନୂଆ ସମ୍ଭାବନା ନେଇ ଆସିଛି ବୋଲି କହିବା ସହ ଦ୍ବିତୀୟ ଟ୍ବିଟ୍ରେ ଏକତ୍ର ହୋଇ କାମ କରିବା ସହ ଶାନ୍ତି ଓ ସଦ୍ଭାବନା ପ୍ରଦର୍ଶନକୁ ଗୁରୁତ୍ବ ଦେଇଛନ୍ତି। ସେହି ସମାନ କଥାକୁ ତୃତୀୟ ଟ୍ବିଟ୍କୁ କୋବିନ୍ଦ ହିନ୍ଦୀରେ ଲେଖିଥିବା ଦେଖିବାକୁ ମିଳିଛି। ଚତୁର୍ଥ ଟ୍ବିଟ୍ରେ ସେ ପ୍ରେମ ଓ କରୁଣା ଭାବକୁ ଗୁରୁତ୍ବ ଦେଇଛନ୍ତି।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟ୍ବିଟ୍ ଜରିଆରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ବିଟ୍ କରି ଲେଖିଛନ୍ତି, ‘ଆପଣ ସମସ୍ତଙ୍କୁ ନବବର୍ଷ-୨୦୨୧ର ଶୁଭେଚ୍ଛା। ଏହି ବର୍ଷ ଆପଣଙ୍କୁ ସୁସ୍ବାସ୍ଥ୍ୟ ଓ ସମୃଦ୍ଧି ପ୍ରଦାନ କରୁ। ଆଶା ଏବଂ ସୁସ୍ଥତାର ଆତ୍ମା ବିସ୍ତାର ହେଉ।’
Follow Us