ପାଞ୍ଚଟି ରାଜ୍ୟ ପାଇଁ ନୂଆ ରାଜ୍ୟପାଳଙ୍କ ନାମ ଘୋଷଣା କଲେ ରାଷ୍ଟ୍ରପତି

ପାଞ୍ଚଟି ରାଜ୍ୟ ପାଇଁ ନୂଆ ରାଜ୍ୟପାଳଙ୍କ ନାମ ଘୋଷଣା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦେଶର ପାଞ୍ଚଟି ରାଜ୍ୟ ପାଇଁ ରବିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂତନ ରାଜ୍ୟପାଳଙ୍କ ନାମ ଘୋଷଣା କରିଛନ୍ତି।

କଲରାଜ ମିଶ୍ରଙ୍କୁ ହିମାଚଳ ପ୍ରଦେଶରୁ ରାଜସ୍ଥାନକୁ ବଦଳି କରାଯାଇଛି। ସେଠାରେ ସେ କଲ୍ୟାଣ ସିଂହଙ୍କ ସ୍ଥାନରେ ନୂଆ ରାଜ୍ୟପାଳ ହେବେ। କଲରାଜଙ୍କ ପରିବର୍ତ୍ତେ ହିମାଳଚ ପ୍ରଦେଶର ରାଜ୍ୟପାଳ ହେବେ ବନ୍ଦାରୁ ଦତ୍ତାତ୍ରେୟ।

ବିଦ୍ୟାସାଗର ରାଓଙ୍କ ସ୍ଥାନରେ ମହାରାଷ୍ଟ୍ରର ନୂତନ ରାଜ୍ୟପାଳ ହେବେ ଭଗତ ସିଂହ କୋଶ୍ୟାରି।

କେରଳରେ ପି. ସାତଶିବମ୍‌ଙ୍କ ସ୍ଥାନରେ ନୂତନ ରାଜ୍ୟପାଳ ହେବେ ଅରିଫ୍‌ ମହମ୍ମଦ ଖାଁ।

ତେଲେଙ୍ଗାନାର ରାଜ୍ୟପାଳ ଇ. ଏସ୍‌. ଏଲ୍‌. ନରସିଂହଙ୍କ ସ୍ଥାନରେ ଡକ୍ଟର୍‌ ତାମିଲିସାଇ ସୌନ୍ଦରରାଜନ ନୂତନ ରାଜ୍ୟପାଳ ହୋଇଛନ୍ତି।

ନୂତନ ରାଜ୍ୟପାଳମାନେ ସେମାନଙ୍କ କାର୍ଯ୍ୟଭାର ଗ୍ରହଣ କରିବା ଦିନ ନିଯୁକ୍ତି ତାରିଖ ଲାଗୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe