ଜମ୍ମୁ ଓ କଶ୍ମୀରରେ ରାଜ୍ୟପାଳ ଶାସନକୁ ଅନୁମୋଦନ କଲେ ରାଷ୍ଟ୍ରପତି

Advertisment
ଜମ୍ମୁ ଓ କଶ୍ମୀରରେ ରାଜ୍ୟପାଳ ଶାସନକୁ ଅନୁମୋଦନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପିପଲ୍‌ସ୍‌ ଡେମୋକ୍ରାଟିକ୍‌ ପାର୍ଟିରୁ ବିଜେପି ସମର୍ଥନ ପ୍ରତ୍ୟାହାର କରିବାର ଦିନକ ପରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜମ୍ମୁ ଓ କଶ୍ମୀରରେ ରାଜ୍ୟପାଳ ଶାସନକୁ ଅନୁମୋଦନ କରିଛନ୍ତି।

ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ରାଜ୍ୟପାଳ ଏନ୍‌ଏନ୍‌ ବୋରା ରାଜ୍ୟରେ ଶାସନ କରିବେ। ଏହା ହେବ ତାଙ୍କର ଚତୁର୍ଥ ପାଳି ଶାସନ। ୨୦୦୮, ୨୦୧୫ ଏବଂ ୨୦୧୬ରେ ଜମ୍ମୁ ଓ କଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ କରାଯାଇଥିଲା। ଆଉ ଅଳ୍ପ କିଛି ଦିନ ପରେ ବୋରା ତାଙ୍କର ଦ୍ୱିତୀୟ ପାଳି ଶେଷ କରିବାକୁ ଯାଉଥିଲେ। ଏବେ କିନ୍ତୁ, ଅଗଷ୍ଟ ୨୬ ତାରିଖ, ‘ଅମରନାଥ ଯାତ୍ରା’ ଶେଷ ହେବା ଯାଏଁ ସେ ରାଜଭବନରେ ରହିବେ।

ଗତକାଲି ବିଜେପି ସମର୍ଥନ ପ୍ରତ୍ୟାହାର କରିନେବା ପରେ ପିଡିପି ନେତ୍ରୀ ଓ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ରାଜ୍ୟପାଳ ବୋରାଙ୍କୁ ଇସ୍ତଫା ପତ୍ର ଦେଇଥିଲେ। ଗତ ସନ୍ଧ୍ୟାରେ ରାଜ୍ୟର ମୁଖ୍ୟ ରାଜନୈତିକ ଦଳଗୁଡ଼ିକ ସହ ପରାମର୍ଶ କରିବା ପରେ ରାଜ୍ୟପାଳ ବୋରା ଜମ୍ମୁ ଓ କଶ୍ମୀର ସମ୍ବିଧାନର ଧାରା ୯୨ ଆଧାରରେ ରାଜ୍ୟପାଳ ଶାସନ ଜାରି କରିବା ପାଇଁ ଭାରତର ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe