୭୧ ଜଣଙ୍କୁ ପଦ୍ମ ସମ୍ମାନ ଦେଲେ ରାଷ୍ଟ୍ରପତି

Advertisment

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟରେ ୭୧ ଜଣଙ୍କୁ ପଦ୍ମ ସମ୍ମାନ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ୪ ଜଣଙ୍କୁ ପଦ୍ମବିଭୂଷଣ, ୧୦ ଜଣଙ୍କୁ ପଦ୍ମଭୂଷଣ ଏବଂ ୫୭ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯାଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟରେ ୭୧ ଜଣଙ୍କୁ ପଦ୍ମ ସମ୍ମାନ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ୪ ଜଣଙ୍କୁ ପଦ୍ମବିଭୂଷଣ, ୧୦ ଜଣଙ୍କୁ ପଦ୍ମଭୂଷଣ ଏବଂ ୫୭ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯାଛନ୍ତି।

ddfcvcvcv

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟରେ ୭୧ ଜଣଙ୍କୁ ପଦ୍ମ ସମ୍ମାନ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ୪ ଜଣଙ୍କୁ ପଦ୍ମବିଭୂଷଣ, ୧୦ ଜଣଙ୍କୁ ପଦ୍ମଭୂଷଣ ଏବଂ ୫୭ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯାଛନ୍ତି। ରାଷ୍ଟ୍ରପତି ଭବନରେ ଗଣତନ୍ତ୍ର ମଣ୍ଡ‌ପରେ ଏଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ଯେଉଁ ୪ ଜଣଙ୍କୁ ପଦ୍ମବିଭୂଷଣ ସମ୍ମାନ ଦିଆଯାଇଛି ସେମାନେ ହେଲେ ଏମ୍‌ଟି ବାସୁଦେବନ ନାୟାର (ମ‌ରଣୋତ୍ତର), ଡ. ଡି ନାଗେଶ୍ବର ରେଡ୍ଡୀ, ଡ. ଲକ୍ଷ୍ମୀନାରାୟଣ ସୁବ୍ରମଣ୍ୟମ ଏବଂ ଓସାମୁ ସୁଜୁକି (ମ‌ରଣୋତ୍ତର)। ନାୟାରଙ୍କ ସମ୍ମାନକୁ ତାଙ୍କ ପତ୍ନୀ ଶ୍ରୀମତୀ ସରସ୍ବତୀ ଏବଂ ସୁଜୁକିଙ୍କ ସମ୍ମାନକୁ ତାଙ୍କ ପୁଅ ତୋସିହିରୋ ସୁଜୁକି ଗ୍ରହଣ କରିଥିଲେ।

ପଦ୍ମ ସମ୍ମାନ ହାସଲ କରିଥିବା ସେଲିବ୍ରିଟିଙ୍କ ମଧ୍ୟରେ ନନ୍ଦମୁରି ବାଲକ୍ରିଷ୍ଣ, ଅଜିତ କୁମାର, ଶେଖର କପୁର, ଅରିଜିତ ସିଂହ, ରିକି କେଜ୍‌ ଆଦି ରହିଛନ୍ତି। ପଙ୍କଜ ଉଦାସଙ୍କୁ ମ‌ରଣୋତ୍ତରଭା‌ବେ ଭାବେ ପଦ୍ମ ସମ୍ମାନ ଦିଆଯାଇଛି। ପଦ୍ମ ସମ୍ମାନ ପ୍ରଦାନ ଉତ୍ସବରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କେନ୍ଦ୍ର ମନ୍ତ୍ରିମଣ୍ଡଳର ମନ୍ତ୍ରିଗଣ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ପଦ୍ମ ପୁରସ୍କାର ବିଜେତାମାନେ ଆସନ୍ତାକାଲି ପୂର୍ବାହ୍ନରେ ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଏଥିସହିତ ସେମାନେ ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ବୁଲିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe