କୈଳାଶ ସତ୍ୟାର୍ଥୀଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ରାଷ୍ଟ୍ରପତି

Advertisment
କୈଳାଶ ସତ୍ୟାର୍ଥୀଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀଙ୍କ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପ୍ରୋଟୋକଲ ଭାଙ୍ଗିଛନ୍ତି। ପରମ୍ପରା ବିରୋଧରେ ଯାଇ ଆଜି ରାଷ୍ଟ୍ରପତି କୋବିନ୍ଦ ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗ ଦେଇ ନୋବେଲ ବିଜେତା କୈଳାସ ସତ୍ୟାର୍ଥୀ ଓ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ମୁଖ୍ୟ ଏଏସ୍‌ କିରଣ କୁମାରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଉଭୟ ସତ୍ୟାର୍ଥୀ ଓ କୁମାର ବିଶିଷ୍ଟ ବ୍ୟକ୍ତିତ୍ୱ ହୋଇଥିବା ବେଳେ ସେମାନଙ୍କୁ ସମ୍ବର୍ଦ୍ଧିତ କରୁଥିବା ବ୍ୟକ୍ତି ବି ଠିକ୍‌ ଥିବାରୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନେଇଥିବା ରାଷ୍ଟ୍ରପତି କହିଛନ୍ତି। ଉଲ୍ଳେଖଯୋଗ୍ୟ, ସୁରଟର ହୀରା ବ୍ୟବସାୟୀ ଗୋବିନ୍ଦ ଢୋଲକିଆଙ୍କ ଏସ୍‌ଆର୍‌କେ ଫାଉଣ୍ଡେସନ ପକ୍ଷରୁ ଏକ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ସମାରୋହ ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ଉଭୟ ସତ୍ୟାର୍ଥୀ ଓ କିରଣ କୁମାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ୧କୋଟି ଟଙ୍କାର ପୁରସ୍କାର ରାଶି ମଧ୍ୟ ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe