ଲୋକସଭା ଭଙ୍ଗ କଲେ ରାଷ୍ଟ୍ରପତି, ସଂଧ୍ୟା ସୁଦ୍ଧା ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବେ ମୋଦୀ

ଲୋକସଭା ଭଙ୍ଗ କଲେ ରାଷ୍ଟ୍ରପତି, ସଂଧ୍ୟା ସୁଦ୍ଧା ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦରୁ ନରେନ୍ଦ୍ର ମୋଦୀ ଇସ୍ତଫା ଦେବା ପରେ କେନ୍ଦ୍ର କ୍ୟାବିନେଟ ଭଙ୍ଗ ହୋଇଛି । ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସପ୍ତଦଶ ଲୋକସଭା ଭଙ୍ଗ କରିଛନ୍ତି । ଏହି ଲୋକସଭା କାର୍ଯ୍ୟକାଳରେ ଅନେକ ଐତିହାସିକ ବିଲ୍ ଆଗତ ହୋଇ ଆଇନରେ ପରିଣତ ହୋଇଥିଲା ।

ସେପଟେ ଲୋକସଭା ନିର୍ବାଚନରେ ବହୁମତ ହାସଲ କରିବା ପରେ ଦିଲ୍ଲୀରେ ଚାଲିଥିବା ଏନଡିଏର ବୈଠକ ଶେଷ ହୋଇଛି । ଏହି ବୈଠକ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା ।  ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା, ଟିଡିପି ମୁଖ୍ୟ ଏମ.ଚନ୍ଦ୍ରବାବୁ ନାଇଡୁ, ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଲୋକ ଜନଶକ୍ତି ପ୍ରାର୍ଥୀ ନେତା ଚିରାଗ ପାସଓ୍ବାନ, ରାଷ୍ଟ୍ରୀୟ ଲୋକଦଳ ନେତା ଜୟନ୍ତ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ରାଷ୍ଟ୍ରପତି ଭବନ ଯିବେ ଓ ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବେ । ଏହି ସମୟରେ ତାଙ୍କ ସହିତ ନୀତୀଶ, ଚନ୍ଦ୍ରବାବୁ, ଚିରାଗ ପାସଓ୍ବାନ ପ୍ରମୁଖ ଉପସ୍ଥିତ ରହିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe