ସାବରମତି ଗାନ୍ଧୀ ଆଶ୍ରମରେ ପହଞ୍ଚି ଚରଖା ଚଳାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Advertisment
ସାବରମତି ଗାନ୍ଧୀ ଆଶ୍ରମରେ ପହଞ୍ଚି ଚରଖା ଚଳାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଅହମଦାବାଦ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଗସ୍ତରେ ସୋମବାର ଗୁଜରାଟର ଅହମଦାବାଦରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ହେବା ପରେ ଗୁଜରାଟକୁ ଏହା ତାଙ୍କର ପ୍ରଥମ ଗସ୍ତ। ଏହି ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ଅହମଦାବାଦରେ ସାବରମତି ଗାନ୍ଧୀ ଆଶ୍ରମରେ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଚରଖା ଚଳାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସମୟରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ।

ରାଷ୍ଟ୍ରପତି ମୁର୍ମୁ ଗାନ୍ଧୀ ଆଶ୍ରମରେ ମହାତ୍ମା ଗାନ୍ଧୀଙ୍କ ଜୀବନ ଏବଂ ସ୍ୱାଧୀନତା ସଂଗ୍ରାମକୁ ଦର୍ଶାଉଥିବା ଅଭିଲେଖାଗାର ପରିଦର୍ଶନ କରିଥିଲେ। ଏଠାରେ ସେ ମହାତ୍ମା ଗାନ୍ଧୀଙ୍କ ବାସଭବନ ହୃଦୟକୁଞ୍ଜ ପରିଦର୍ଶନ କରିଥିଲେ। ସୂଚନାଯୋଗ୍ୟ ଯେ ଆଜି ସନ୍ଧ୍ୟାରେ ଗୁଜରାଟ ସରକାର ତାଙ୍କ ସମ୍ମାନାର୍ଥେ ଆୟୋଜିତ କରିଥିବା ଏକ ଭୋଜିରେ ସେ ଯୋଗଦେବେ। ମଙ୍ଗଳବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁଜରାଟ ବିଶ୍ୱବିଦ୍ୟାଳୟରେ ମହିଳାମାନଙ୍କ ପାଇଁ ଏକ ଷ୍ଟାର୍ଟଅପ୍ ପ୍ଲାଟଫର୍ମ ଆରମ୍ଭ କରିବେ ଏବଂ ଶିକ୍ଷା ତଥା ଆଦିବାସୀ କଲ୍ୟାଣ ସହ ଜଡିତ ପ୍ରକଳ୍ପର ଉଦଘାଟନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe