ଜନ୍ମଦିନରେ ଦୃଷ୍ଟିବାଧିତ ପିଲାଙ୍କ ଗୀତ ଶୁଣି କାନ୍ଦି ପକାଇଲେ ରାଷ୍ଟ୍ରପତି

ଦୃଷ୍ଟିବାଧିତ ପିଲାଙ୍କ ମୁଖରୁ ହୃଦୟସ୍ପର୍ଶୀ ଗୀତ ଶୁଣିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କିଛି ସମୟ ପାଇଁ ଭାବବିହ୍ବଳ ହୋଇପଡ଼ିଥିଲେ। ତାଙ୍କ ଆଖିରୁ ଆପଣାଛାଏଁ ଲୁହ ଝରି ପଡ଼ିଥିଲା।

New ProWETject (17)

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ତିନିଦିନିଆ ଉତ୍ତରାଖଣ୍ଡଗସ୍ତରେ ଅଛନ୍ତି। ରାଷ୍ଟ୍ରପତିଙ୍କ ଆଜି ୬୭ତମ ଜନ୍ମଦିନ। ଜନ୍ମଦିନରେ ଦ୍ରୌପଦୀ ମୁର୍ମୁ ଡେରାଡୁନର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଦି ଏମ୍ପାୱାରମେଣ୍ଟ ଅଫ୍ ପର୍ସନ୍ସ ୱିଥ୍ ଭିଜୁଆଲିଟିଜର ଅଡିଟୋରିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। 

ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ଦୃଷ୍ଟିବାଧିତ ଛାତ୍ରମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ଅବସରରେ ଅଭିନେତା ଆମିର ଖାନଙ୍କ ଚଳଚ୍ଚିତ୍ର 'ତାରେ ଜମିନ୍ ପର'ର ଏକ ଗୀତ ଗାଇଥିଲେ। 

ଦୃଷ୍ଟିବାଧିତ ପିଲାଙ୍କ ମୁଖରୁ ହୃଦୟସ୍ପର୍ଶୀ ଗୀତ ଶୁଣିବା ପରେ  ରାଷ୍ଟ୍ରପତି କିଛି ସମୟ ପାଇଁ ଭାବବିହ୍ବଳ ହୋଇପଡ଼ିଥିଲେ। ତାଙ୍କ ଆଖିରୁ ଆପଣାଛାଏଁ ଲୁହ ଝରି ପଡ଼ିଥିଲା। ଚେଷ୍ଟା କରି ମଧ୍ୟ ରାଷ୍ଟ୍ରପତି ତାଙ୍କ ଲୁହକୁ ଅଟକାଇ ପାରି ନଥିଲେ। ଏହି ସମୟରେ ଜଣେ ସୁରକ୍ଷାକର୍ମୀ ରାଷ୍ଟ୍ରପତିଙ୍କୁ ଲୁହ ପୋଛିବା ପାଇଁ ଏକ ରୁମାଲ ବଢ଼ାଇ ଦେଇଥିଲେ।

ଏହି ସମୟରେ କେବଳ ରାଷ୍ଟ୍ରପତି ନୁହନ୍ତି ମଞ୍ଚରେ ବସିଥିବା ଅନ୍ୟ ସମସ୍ତ ଅଧିକାରୀମାନେ ବି ପିଲାଙ୍କ ଗୀତ ଶୁଣି ମନ୍ତ୍ରମୁଗ୍ଧ ହୋଇ ଯାଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe