ଇଂଲଣ୍ଡ୍‌ର ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Advertisment
ଇଂଲଣ୍ଡ୍‌ର ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Image Courtesy of Zee News

ନୂଆଦିଲ୍ଲୀ: ଇଂଲଣ୍ଡ୍‌ର ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ମୃତ୍ୟୁ ଘଟଣା ଜାଣିବା ପରେ ଗୁରୁବାର ଦିନ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ନେତାମାନେ ଶୋକବ୍ୟକ୍ତ କରିଛନ୍ତି।

ଟୁଇଟ୍‌ କରିଥିବା ଶୋକବାର୍ତ୍ତାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲେଖିଛନ୍ତି: ଇଂଲଣ୍ଡ୍‌ର ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ମୃତ୍ୟୁରେ ବିଶ୍ବ ଜଣେ ବିଶିଷ୍ଟ ବ୍ୟକ୍ତିତ୍ବଙ୍କୁ ହରାଇଲା। ୭ ଦଶନ୍ଧିରୁ ଅଧିକ କାଳଧରି ସେ ତାଙ୍କ ଦେଶ ଓ ଜନତାଙ୍କ ନେବା ପରଠାରୁ ଗୋଟାଏ ଯୁଗ ବିତିଗଲାଣି। ବ୍ରିଟେନ୍‌ବାସୀଙ୍କ ଦୁଃଖରେ ସମଭାଗିନୀ ହେବା ସହ ରାଜ ପରିବାର ପ୍ରତି ସମବେଦନା ଜଣାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗୁରୁବାର ଦିନ ଟୁଇଟ୍‌ କରିଥିବା ଶୋକବାର୍ତ୍ତାରେ ଲେଖିଛନ୍ତି: ଆମ ସମୟର ଜଣେ ଦୃଢ଼ମନା ଓ ବିଶ୍ବସ୍ତ ଭାବେ ମହାରାଣୀ ଦ୍ବିତୀୟ ଏଲିଜାବଥେ୍‌ ସ୍ମରଣୀୟ ହୋଇ ରହି‌ବେ। ସେ ତାଙ୍କ ଦେଶ ଓ ଦେଶବାସୀଙ୍କୁ ପ୍ରେରଣାଦାୟୀ ନେତୃତ୍ବ ଓ ଦେଇଛନ୍ତି। ସର୍ବସାଧାରଣରେ ମର୍ଯ୍ୟାଦା ଓ ଶାଳୀନତାର ପ୍ରତିନିଧିତ୍ବ କରିଛନ୍ତି। ତାଙ୍କ ମୃତ୍ୟୁରେ ମୁଁ ମର୍ମାହତ। ଏହି ଦୁଃଖଦ ବେଳାରେ ତାଙ୍କ ପରିବାର ଓ ଇଂଲଣ୍ଡବାସୀଙ୍କ ପ୍ରତି ମୋର ସମବେଦନା।

ଅନ୍ୟ ଏକ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ରାଣୀଙ୍କ ସହିତ ୨୦୧୫ ଓ ୨୦୧୮ରେ ହୋଇଥିବା ସାକ୍ଷାତ୍‌ କଥା ସ୍ମରଣ କରି କହିଛନ୍ତି, ମୁଁ ତାଙ୍କର ଅମାୟିକତା ଓ ସଦିଚ୍ଛାକୁ କଦାପି ଭୁଲି ପାରିବ ନାହିଁ। ଥରେ ତାଙ୍କ ସହିତ ହୋଇଥିବା ସାକ୍ଷାତ୍‌ ବେଳେ ସେ ମତେ ଗୋଟାଏ ରୁମାଲ ଦେଖାଇଥିଲେ। ତାଙ୍କ ବିବାହ ବେଳେ ମହାତ୍ମା ଗାନ୍ଧୀ ସେହି ରୁମାଲଟିକୁ ଉପହାର ଦେଇଥିଲେ। ତାଙ୍କର ସେ ଅନୁଭୂତିଟିକୁ ମୁଁ ସଶ୍ରଦ୍ଧ ସ୍ମରଣ ରଖିଥିବି।

publive-image Image Courtesy of 1BY1 News

ରାହୁଲ୍‌ ଗାନ୍ଧୀ ଓ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ଙ୍କ ସମେତ ଅନ୍ୟାନ୍ୟ ଭାରତୀୟ ନେତାମାନେ ମଧ୍ୟ ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି। ଇଂଲଣ୍ଡ୍‌ର ଜନସାଧାରଣ ଓ ରାଜପରିବାର ପ୍ରତି ସମବେଦନା ଜଣାଇ କଂଗ୍ରେସ ନେତା ରାହୁଲ୍‌ କହିଛନ୍ତି, ସର୍ବୋତ୍ତମ ପ୍ରତିବଦ୍ଧତା ଓ ମର୍ଯ୍ୟାଦା ସହିତ ରାଣୀ ତାଙ୍କ ଦେଶ ସେବା କରିଥିଲେ।  ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ମୃତ୍ୟୁରେ ମର୍ମାହତ ବୋଲି ତାମିଲ୍‌ନାଡୁର ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ ଲେଖିଛନ୍ତି।

ସେହିପରି, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଫାଷ୍ଟ୍‌ ଲେଡି ୱାସିଂଟନ୍‌ସ୍ଥିତ ବ୍ରିଟିସ୍‌ ଦୂତାବାସକୁ ଯାଇ ଶୋକପୁସ୍ତିକାରେ ସ୍ବାକ୍ଷର କରି ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ।

ଦୂତାବାସର କର୍ମଚାରୀମାନଙ୍କ ପାଖକୁ ଯାଇ ବାଇଡେନ୍‌ କହିଲେ, ଆମେ ଆପଣମାନଙ୍କ ପାଇଁ ‌ଶୋକାତୁର। ସେ ଥିଲେ ଜଣେ ମହିୟସୀ ମହିଳା। ମୁଁ ତାଙ୍କୁ ଭେଟିଥିବାରୁ ଖୁବ୍‌ ଆନନ୍ଦିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe