ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଭାରତର ସୁନାଝିଅ । ଦେଶ ପାଇଁ ଗର୍ବ ଆଣିଥିବା ବିଶ୍ବବିଜୟିନୀଙ୍କୁ ନିମନ୍ତ୍ରଣ କରି ସେମାନଙ୍କୁ ଶୁଭେଚ୍ଛା ସହ ସାବାସୀ ଦେଲେ ରାଷ୍ଟ୍ରପତି । ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରତି ଖେଳାଳିଙ୍କୁ ପ୍ରଶଂସା କରିବା ସହ ବିଶ୍ବକପ୍ ଧରି ଫଟୋ ଉଠାଇଲେ ରାଷ୍ଟ୍ରପତି ।
/filters:format(webp)/sambad/media/media_files/2025/11/06/world-cup-2025-11-06-20-25-20.jpg)
ମନକଥା କହିଲେ ମହାମହିମ
ରାଷ୍ଟ୍ରପତି ଦଳକୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ସେମାନେ ଇତିହାସ ସୃଷ୍ଟି କରିଛନ୍ତି ଏବଂ ଯୁବ ପିଢ଼ିଙ୍କ ପାଇଁ ଆଦର୍ଶ ହୋଇଛନ୍ତି। ଆଜି ଆପଣଙ୍କ ପାଇଁ ସାରା ବିଶ୍ବରେ ଦେଶର ଚର୍ଚ୍ଚା ହେଉଛି । ଏହି ବିଜୟକୁ ଦେଶ ଉତ୍ସବ ରୂପେ ପାଳନ କରୁଛି । ଫାଇନାଲ ମ୍ୟାଚ ଦିନ ମୁଁ ଉତ୍ତରାଖଣ୍ଡରେ ଥିଲି । କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ମୁଁ ନିଶ୍ଚିତ ଥିଲି କି ଦେଶର ଝିଅମାନେ ହିଁ ଏଥର ବିଶ୍ବ ବିଜେତା ହେବେ । ଆପଣଙ୍କ ସାହସ, ସଂକଳ୍ପ, ମାନସିକତା ଏବଂ ବଡି ଲାଙ୍ଗୁଏଜ ହିଁ କହି ଦେଉଥିଲା ବିଜୟର କଥା ।
Members of the Indian Women Cricket team, winner of the ICC Women’s Cricket World Cup 2025 called on President Droupadi Murmu at Rashtrapati Bhavan. The President congratulated the team and said that they have created history and have become role models for younger generation.… pic.twitter.com/lHBBXRcPh5
— President of India (@rashtrapatibhvn) November 6, 2025
ଟିମ୍ କ୍ୟାପଟେନ ନିଜ ଅନୁଭୂତି ମହାମହିମଙ୍କ ସାମ୍ନାରେ ବଖାଣିଥିଲେ । କେମିତି ଏଥର ସେମାନେ ବିଶ୍ବକପକୁ ଦେଶ ବାହାରକୁ ଯିବାକୁ ଦେବେନି ବୋଲି ସଙ୍କଳ୍ପ ନେଇ ପରିଶ୍ରମ କରି ନିଷ୍ଠାର ସହ ଖେଳିଥିଲେ ତାହା କହିଥିଲେ । ଅଲରାଉଣ୍ଡର ଦୀପ୍ତି ଶର୍ମା କହିଥିଲେ- ଆମେ ଖାଲି ବିଜୟରେ ସାଙ୍ଗରେ ନଥିଲୁ ପରାଜୟ ବେଳେ ବି କାନ୍ଧରେ କାନ୍ଧ ମିଶାଇ ଲଢିଛୁ, ରହିଛୁ । ମହିଳା କ୍ରିକେଟର ଏମିତି ଉନ୍ନତି ହେଉ ଏବଂ ଆମେ ଏମିତି ଦେଶର ନାଁ ରଖୁ ବୋଲି ଦୀପ୍ତି ରାଷ୍ଟ୍ରପତିଙ୍କ ଆଗରେ କହିଥିଲେ ।
ଆହୁରି ପଢନ୍ତୁ-
କାଲି ଭେଟିଥିଲେ ପ୍ରଧାନମନ୍ତ୍ରୀ
ତେବେ ଗତକାଲି ବିଶ୍ବ ବିଜୟିନୀଙ୍କୁ ବି ଭେଟିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀ ଲୋକକଲ୍ୟାଣ ମାର୍ଗ ସ୍ଥିତ ନିଜ ବାସଭବନରେ ପୂରା ଟିମଙ୍କୁ ଭେଟିଥିଲେ ମୋଦୀ । ଟିମ୍ କ୍ୟାପଟେନଙ୍କୁ ସ୍ବାଗତ କରିବା ସହ ସମସ୍ତ ଖେଳାଳୀ ଏବଂ ଅନ୍ୟ ସଦସ୍ୟଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ଚାମ୍ପିଅନ୍ସମାନଙ୍କୁ ସମ୍ମାନିତ କରିବା ସହ ସେମାନଙ୍କ ଠାରୁ କାହାଣୀ ଶୁଣିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଜଣ ଜଣ କରି ସମସ୍ତଙ୍କ ଠାରୁ ସେମାନଙ୍କ ବିଶ୍ବ ବିଜୟୀ ଯାତ୍ରର ସଂଘର୍ଷ ଏବଂ ସଫଳତା କଥା ଶୁଣିଥିଲେ । ଏଥିସହ ବିଶ୍ବକପ ଟ୍ରଫି ସହ ବି ଗ୍ରୁପ ଫଟୋ ଉଠାଇଥିଲେ ପ୍ରଧାନମନ୍ତ୍ରୀ ।
ଆହୁରି ପଢନ୍ତୁ-
CM Election Campaign: ନୂଆପଡ଼ାରେ ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/11/06/president-droupadi-murmu-2025-11-06-20-24-07.jpg)