ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତିଙ୍କ ନିଜସ୍ବ ସନ୍ତାନ ଜନ୍ମ ଏକ ପ୍ରାଥମିକ ଅଧିକାର। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ଅନୁସାରେ ଓଡ଼ିଶାରେ ଦମ୍ପତିଙ୍କ ଯେଉଁଭଳି ପ୍ରଜନନ କ୍ଷମତା ହ୍ରାସ ପାଉଛି ଅନେକଙ୍କ ଅଭିଭାବକ ହେବାର ସ୍ବପ୍ନକୁ ଧୁଳିସାତ୍ କରୁଛି। ୧୯୯୨-୯୩ (ଏନ୍ଏଫ୍ଏଚ୍ଏସ୍-୧)ରେ ପ୍ରଜନନ ହାର ୨.୯% ଥିଲା। ୨୦୧୯-୨୧ (ଏନ୍ଏଫ୍ଏଚ୍ଏସ୍-୫)ରେ ଏହା ୧.୮%ରେ ପହଞ୍ଚିଛି। ୧୯୯୮-୯୯ରେ ୨.୫%, ୨୦୦୫-୦୬ରେ ୨.୪%, ୨୦୧୫-୧୬ରେ ୨.୧% ଥିଲା। ଭାରତ ଏବେ ୬ଷ୍ଠ ପର୍ଯ୍ୟାୟ ସର୍ଭେ (ଏନ୍ଏଫ୍ଏଚ୍ଏସ୍-୬) କରିବାକୁ ଯାଉଛି। ପ୍ରଥମଥର ପାଇଁ ମୁମ୍ବାଇର ଇଣ୍ଟର୍ନ୍ୟାସ୍ନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ପପୁଲେସନ୍ ସାଇନ୍ସେସ୍ ହିଁ ଏହି ସର୍ଭେ ଆୟୋଜନ କରୁଛି। ଏନ୍ଏଫ୍ଏଚ୍ଏସ୍-୬ ପ୍ରଜନନ, ଶିଶୁ ଓ ଶିଶୁ ମୃତ୍ୟୁହାର ତଥା ଅନ୍ୟାନ୍ୟ ପରିବାର କଲ୍ୟାଣ ଓ ସ୍ୱାସ୍ଥ୍ୟନିୟାମକ ଭଳି ପ୍ରମୁଖ ସୂଚକାଙ୍କ ପାଇଁ ଜାତୀୟ, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ ଜିଲ୍ଲାସ୍ତରୀୟ ଆକଳନ ରିପୋର୍ଟ ପ୍ରଦାନ କରିବ।
ତେବେ ବର୍ତ୍ତମାନ ଯେଉଁଭଳି ଅବସ୍ଥା ରହିଛି ଆଗାମୀ ଦିନରେ ପ୍ରଜନନ କ୍ଷମତା ହ୍ରାସ ପାଇବାର ଆଶଙ୍କା କମିଯିବ ବୋଲି କିଛି କହିହେବ ନାହିଁ। ଏଥିପାଇଁ କେବଳ ମହିଳାଙ୍କ ବିଳମ୍ବରେ ବିବାହ, ଦୀର୍ଘ ଦିନ ଧରି ପ୍ରୋଟେକ୍ସନ୍ର ବ୍ୟବହାର ନୁହେଁ ବରଂ ପୁରୁଷଙ୍କ ଶୁକ୍ରାଣୁ ହ୍ରାସ ମଧ୍ୟ ସମାନ ପରିମାଣରେ ଦାୟୀ। ଏକ ରିପୋର୍ଟ ଅନୁଯାୟୀ, ମୋଟ୍ ପ୍ରଜନନ ହାର (ଟିଏଫ୍ଆର୍) ପ୍ରତି ମହିଳା ୨.୦ ସନ୍ତାନକୁ ହ୍ରାସ ପାଇଛି, ଯାହା ପ୍ରଜନନର ବଦଳସ୍ତର (ପ୍ରତି ମହିଳା ୨.୧ ସନ୍ତାନ)ରେ ରହିଛି। ସେହିପରି ପ୍ରତି ୧୦୦୦ ପୁରୁଷରେ ୧୦୨୦ ମହିଳାଙ୍କ ଲିଙ୍ଗ ଅନୁପାତ ୧୮୮୧ ପରଠାରୁ ସର୍ବାଧିକ ରେକର୍ଡ ହୋଇଛି, କିନ୍ତୁ ଜନ୍ମ ସମୟରେ ପୁରୁଷଙ୍କ ପ୍ରତି ଲିଙ୍ଗ ଅନୁପାତ ବିକୃତ ରହିଛି। କିଛି ରାଜ୍ୟରେ, ଏନ୍ଏଫ୍ଏଚ୍ଏସ୍-୪ ତୁଳନାରେ ଶିଶୁଙ୍କ ଶରୀରରେ ଷ୍ଟଣ୍ଟିଙ୍ଗ୍, ଅବକ୍ଷୟ ଓ କମ୍ ଓଜନ ସ୍ଥିତି ଆହୁରି ଖରାପ ହୋଇଛି। ବାଲ୍ୟ ବିବାହର ଜାତୀୟ ହାର ହ୍ରାସ ପାଇଛି, ଯଦିଓ ତ୍ରିପୁରା, ପଶ୍ଚିମବଙ୍ଗ, ମଣିପୁର ଓ ପଞ୍ଜାବ ଭଳି ରାଜ୍ୟରେ ଏହା ବୃଦ୍ଧି ପାଇଛି। ଏନ୍ଏଫ୍ଏଚ୍ଏସ୍-୫ ଶିଶୁ ଟୀକାକରଣ, ସୂକ୍ଷ୍ମ ପୋଷକ ତତ୍ତ୍ୱ ଅଭାବ, ଋତୁସ୍ରାବକାଳୀନ ସ୍ୱଚ୍ଛତା, ମଦ୍ୟପାନ, ତମାଖୁ ବ୍ୟବହାର, ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ଅଣ-ସଂକ୍ରାମକ ରୋଗ ବିଷୟରେ ମଧ୍ୟ ତଥ୍ୟ ସଂଗ୍ରହ କରିଥିଲା।
ଏକ ରିପୋର୍ଟ ଆଧାରରେ, ୭୦ ବର୍ଷ ମଧ୍ୟରେ ପୁରୁଷଙ୍କ ଶୁକ୍ରାଣୁ ୫୦ ପ୍ରତିଶତ ହ୍ରାସ ପାଇଛି। ପରିବେଶ ଓ ଜୀବନଶୈଳୀ ପରିବର୍ତ୍ତନ ସାଙ୍ଗକୁ ଅତ୍ୟଧିକ ଫାଷ୍ଟଫୁ଼ଡ ଖାଇବା, ନିଶାଦ୍ରବ୍ୟ ସେବନ, ଆବଶ୍ୟକ ପରିମାଣର ଶୋଇବାର ଅଭାବ, କମ୍ପ୍ୟୁଟର୍ ଓ ମୋବାଇଲ୍ର ମାତ୍ରାଧିକ ବ୍ୟବହାର ଯୋଗୁଁ ଏଭଳି ହେଉଛି। ଓଡ଼ିଶା ପରିପ୍ରେକ୍ଷୀରେ ନିଶା ସହିତ ମଧୁମେହ ଓ ମାତ୍ରାଧିକ ଚିନ୍ତା ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟାକୁ କମାଇବାରେ ଲାଗିଛି। ଯାହାର ସିଧାସଳଖ ପ୍ରଭାବ ପ୍ରଜନନ କ୍ଷମତା ଉପରେ ପଡ଼ୁଛି।
ଆହୁରି ପଢନ୍ତୁ-
CM Election Campaign: ନୂଆପଡ଼ାରେ ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ
ଏହାସହିତ ବର୍ତ୍ତମାନ ଛାଡ଼ପତ୍ରର ମାତ୍ରା ବଢ଼ିବା ସହ ଦ୍ବିତୀୟ ବିବାହ ମଧ୍ୟ ବଢୁଛି । ସେତେବେଳକୁ ଉଭୟ ମହିଳା ଓ ପୁରୁଷଙ୍କ ବୟସ ଅଧିକ ହୋଇଯାଉଛି। ତେଣୁ ସନ୍ତାନ ରଖିଲେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ଏବେ ଆଇଭିଏଫ୍ ପ୍ରତି ମହିଳାମାନେ ବେଶି ଆଗ୍ରହୀ ହେଉଛନ୍ତି। କିନ୍ତୁ ଅନେକ ପ୍ରତିଷ୍ଠିତ ସରକାରୀ ଡାକ୍ତରଖାନାରେ ଏହାର ସୁବିଧା ନାହିଁ। ଘରୋଇ ଡାକ୍ତରଖାନାଗୁଡ଼ିକରେ ଏସବୁ ବେଶ୍ ଖର୍ଚ୍ଚବହୁଳ। ତଥ୍ୟ ଅନୁସାରେ ବିଶ୍ବବ୍ୟାପୀ ଆଇଭିଏଫ୍ର ହାରାହାରି ସଫଳତା ହାର ମାତ୍ର ୩୫ରୁ ୫୫ ପ୍ରତିଶତ। ମହିଳାଙ୍କ ବୟସ ୩୦ ଓ ପୁରୁଷଙ୍କ ଶୁକ୍ରାଣୁ ୫୦ ପ୍ରତିଶତ ରହିଥିଲେ ଆଇଭିଏଫ୍ର ପ୍ରଥମ ଚକ୍ରରେ ଦମ୍ପତି ଗର୍ଭବତୀ ହେବାର ୫୦-୭୦ ପ୍ରତିଶତ ସମ୍ଭାବନା ରହିଥାଏ। ଦ୍ବିତୀୟ ଓ ତୃତୀୟ ଚକ୍ରରେ ଏହି ସମ୍ଭାବନା ୭୦ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଏ। ଏଠାରେ ମଧ୍ୟ ମହିଳାଙ୍କ ବୟସ ଓ ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟା ଉପରେ ନିର୍ଭରଶୀଳ। ମହିଳାଙ୍କ ବୟସ ୩୦ରୁ ଅଧିକ ଥିଲେ ଆଇଭିଏଫ୍ ଜରିଆରେ ସେ ମାଆ ହୋଇପାରିବେ କିନ୍ତୁ ସଫଳତା ହାର ହ୍ରାସ ପାଇଯାଏ। ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟାର ନିୟନ୍ତ୍ରଣ ପାଇଁ ସେମାନେ ନିଜ ପକ୍ଷରୁ ପଦକ୍ଷେପ ନେବାପାଇଁ ଡାକ୍ତର ପରାମର୍ଶ ଦେଉଛନ୍ତି। ଆଜିକାଲି ବିଳମ୍ବରେ ମାଆ ହେବାପାଇଁ ଚାହୁଥିବା ମହିଳା ଭବିଷ୍ୟତ ପାଇଁ ବର୍ତ୍ତମାନ ଡିମ୍ବାଣୁ ସଂରକ୍ଷିତ କରି ରଖୁଛନ୍ତି।
ଆହୁରି ପଢନ୍ତୁ-
Frozen Shoulder Treatment: ଫ୍ରୋଜେନ୍ ସୋଲ୍ଡର୍ ସମସ୍ୟାରେ ପୀଡ଼ିତ କି? ଆପଣାନ୍ତୁ ଏହି ଆୟୁର୍ବେଦିକ ଉପଚାର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/11/06/no-child-2025-11-06-18-25-43.jpg)