ଶପଥ ଗ୍ରହଣ ପୂର୍ବରୁ ରାଜଘାଟ ଯାଇ ଗାନ୍ଧୀଜୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଦ୍ରୌପଦୀ ମୁର୍ମୁ

Advertisment
ଶପଥ ଗ୍ରହଣ ପୂର୍ବରୁ ରାଜଘାଟ ଯାଇ ଗାନ୍ଧୀଜୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଦ୍ରୌପଦୀ ମୁର୍ମୁ

Image Courtesy of Sansad TV

ନୂଆଦିଲ୍ଲୀ: ଆଜି ଦେଶର ୧୫ଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ରାଷ୍ଟ୍ରପତି-ନିର୍ବାଚିତା ଦ୍ରୌପଦୀ ମୁର୍ମୁ ରାଜଘାଟ ଯାଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ନିର୍ଦ୍ଧାରିତ ସମୟ ଅନୁସାରେ, ଦ୍ରୌପଦୀ ମୁର୍ମୁ ଆଜି ସକାଳ ୮.୧୫ରେ ଉମାଶଙ୍କର ଦୀକ୍ଷିତ ଲେନ୍‌ରେ ଥିବା ଅସ୍ଥାୟୀ ବାସଭବନରୁ ବାହାରି ୮.୩୦ରେ ରାଜଘାଟରେ ପହଞ୍ଚିଥିଲେ।

publive-image Image Courtesy of Sansad TV

ଏହାପରେ, ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନ ଅଭିମୁଖେ ବାହାରି ୯.୨୨ ସୁଦ୍ଧା ସେଠାରେ ପହଞ୍ଚିବେ। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ୍‌. ଭେଙ୍କୟା ନାଇଡୁ, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ତାଙ୍କୁ ପାର୍ଲାମେଣ୍ଟ୍‌ର ସେଣ୍ଟ୍ରାଲ୍‌ ହଲ୍‌କୁ ପାଛୋଟି ନେବେ। ମୁର୍ମୁ ପହଞ୍ଚିବା ପରେ ସେଣ୍ଟ୍ରାଲ୍‌ ହଲ୍‌ରେ ଜାତୀୟ ସଙ୍ଗୀତ ବାଦନ କରାଯିବ।

ପୂର୍ବାହ୍ନ ୧୦.୧୫ରେ ଆରମ୍ଭ ହେବ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ। ଭାରତର ପ୍ରଧାନ ବିଚାରପତି ଏନ୍‌. ଭି. ରମନା ତାଙ୍କୁ ଶପଥ ଗ୍ରହଣ କରାଇ‌ବେ। ଶପଥ ଗ୍ରହଣ କରିବାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ଓଥ୍‌ ରେଜିଷ୍ଟର୍‌’ରେ ସ୍ବାକ୍ଷର କରିବେ।

ପୂର୍ବାହ୍ନ ୧୦.୨୩ରେ ସେଣ୍ଟ୍ରାଲ୍‌ ହଲ୍‌ରେ ଦେଶର ୧୫ଶ ରାଷ୍ଟ୍ରପତି ଭାବେ ମୁର୍ମୁ ତାଙ୍କର ପ୍ରଥମ ଉଦ୍‌ବୋଧନ ଦେବେ। ପୁଣି, ୧୦.୫୭ ସୁଦ୍ଧା ଆଡ଼ମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ମୁର୍ମୁ ରାଷ୍ଟ୍ରପତି ଭବନକୁ ପ୍ରତ୍ୟାବର୍ତ୍ତନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe