ମୁର୍ମୁଙ୍କୁ ବିରୋଧ କରିବା ଉଚିତ୍ ନୁହେଁ; ହାଇକମାଣ୍ଡଙ୍କୁ ଏଭଳି ଉପଦେଶ ଦେଲେ କଂଗ୍ରେସ ନେତା

ମୁର୍ମୁଙ୍କୁ ବିରୋଧ କରିବା ଉଚିତ୍ ନୁହେଁ; ହାଇକମାଣ୍ଡଙ୍କୁ ଏଭଳି ଉପଦେଶ ଦେଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ବିରୋଧୀ ଦଳରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଯଶବନ୍ତ ସିହ୍ନାଙ୍କୁ ସମର୍ଥନ ପ୍ରତ୍ୟାହାର କରିବାକୁ କଂଗ୍ରେସର ବରିଷ୍ଠ ନେତା ଦଳକୁ ନିବେଦନ କରିଛନ୍ତି। କଂଗ୍ରେସକୁ ଏହାର ଇତିହାସକୁ ମନେ ପକାଇ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ଟ୍ୱିଟ୍ କରି କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁଙ୍କୁ ବିରୋଧ କରିବାର ନିଷ୍ପତ୍ତିର ପୁନର୍ବିଚାର କରାଯିବା ଉଚିତ୍।

ପ୍ରମୋଦ କୃଷ୍ଣ ଟୁଇଟ୍ କରି କହିଛନ୍ତି, 'ପ. ମୋତିଲାଲ ନେହେରୁଙ୍କ ଠାରୁ ଆଜି ପର୍ଯ୍ୟନ୍ତ କଂଗ୍ରେସ ସର୍ବଦା ଶୋଷିତ, ବଞ୍ଚିତ ତଥା ଆଦିବାସୀମାନଙ୍କ ସହ ଛିଡା ହୋଇଛି। ରାଷ୍ଟ୍ରପତି ନିର୍ବାଚନରେ ​​ଆଦିବାସୀ ମହିଳା ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିରୋଧ କରିବା ମୋ ଦୃଷ୍ଟିରେ ଆଦୌ ଠିକ ନୁହେଁ। ପାର୍ଟି ହାଇ କମାଣ୍ଡ ଏହାକୁ ପୁନର୍ବିଚାର କରିବା ଉଚିତ୍।

publive-image

ଦେଖିବାକୁ ଗଲେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଜେପି ସମର୍ଥିତ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ‌ଅନେକ ବିରୋଧୀ ଦଳଙ୍କ ସମର୍ଥନ ମିଳିଛି। ଏପର୍ଯ୍ୟନ୍ତ ମୁର୍ମୁଙ୍କୁ ‌ବିଜେପିର ସହଯୋଗୀ ଜେଡିୟୁ ବ୍ୟତୀତ ଅକାଳୀ ଦଳ, ତେଲୁଗୁ ଦେଶମ ପାର୍ଟି, ଜଗନ୍ ମୋହନ ରେଡ୍ଡୀଙ୍କ ପାର୍ଟି ୱାଇଏସଆର କଂଗ୍ରେସ, ମାୟାବତୀଙ୍କ ପାର୍ଟି ବିଏସପି, ଶିବସେନା, ବିଜେଡି ଭଳି ଦଳ ସମର୍ଥନ କରିଛନ୍ତି। ଏହି ଦଳଗୁଡିକ ଯୋଗୁଁ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନିଶ୍ଚିତ ବୋଲି ମନେ ହେଉଥିବା ବେଳେ କଂଗ୍ରେସ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ନାହିଁ ବୋଲି ସ୍ପଷ୍ଟ କରିଛି। ଏମଧ୍ୟରେ କଂଗ୍ରେସ ନେତା ହାଇ କମାଣ୍ଡଙ୍କୁ ପୁନର୍ବିଚାର ପାଇଁ ଉପଦେଶ ଦେଇଛନ୍ତି। ପୂର୍ବରୁ ସମର୍ଥନ ପାଇଁ ମନା କରୁଥିବା ଉଦ୍ଧବ ଠାକରେ ଏବେ ମୁର୍ମୁଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିବା ପରେ କଂଗ୍ରେସ ନିଷ୍ପତ୍ତି ବଦଳାଇବ କି  ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe