ରାଷ୍ଟ୍ରପତି ନିର୍ବାଚନ ସ୍ଥଗିତ ରଖିବାକୁ ଟ୍ରମ୍ପ୍‌ଙ୍କ ପ୍ରସ୍ତାବ: କୋଭିଡ୍‌ ପାଇଁ ପୋଷ୍ଟାଲ୍‌ ଭୋଟିଂରେ ଜାଲିଆତି ଆଶଙ୍କା ବ୍ୟକ୍ତ କଲେ

ହ୍ଵାଇଟହାଉସକୁ ଫେରିଲେ କରୋନା ସଂକ୍ରମିତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

Image Courtesy of Hindustan Times

ୱାସିଂଟନ: ଆଗାମୀ ନଭେମ୍ବରରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଆଜି ପ୍ରସ୍ତାବ ଦେଇଛନ୍ତି। କୋଭିଡ-୧୯ ମହାମାରୀ ସମୟରେ ଉପୁଜିଥିବା ସଙ୍କଟ ଏବଂ ଭୋଟ୍‌ ଜାଲିଆତିକୁ ରୋକିବା ପାଇଁ ସେ ଏଭଳି ପ୍ରସ୍ତାବ ଦେଇଥିବା କହିଛନ୍ତି। ଟ୍ରମ୍ପ୍‌ କହିଛନ୍ତି ବହୁ ସଂଖ୍ୟାରେ ପୋଷ୍ଟାଲ ଭୋଟିଂ ଯୋଗୁଁ ନିର୍ବାଚନ‌ ସ୍ବଚ୍ଛ ହୋଇପାରିବ ନାହିଁ ଏବଂ ବଡ଼ ଧରଣର ଜାଲିଆତି ହେବା ଆଶଙ୍କା ରହିଛି। ଏହାଦ୍ବାରା ସଠିକ୍‌ ନିର୍ବାଚନ ପରିଣାମ ଦେଶକୁ ମିଳିବ ନାହିଁ ବୋଲି ଟ୍ରମ୍ପ୍‌ ସତର୍କ କରାଇ ଦେଇଛନ୍ତି।

ମହାମାରୀ ପାଇଁ ଅନେକ ରାଜ୍ୟ ପୋଷ୍ଟାଲ ଭୋଟିଂକୁ ଏବେ ଗୁରୁତ୍ବ ଦେଉଛନ୍ତି। ଦେଶରେ ଦେଢ଼ ଲକ୍ଷରୁ ଅଧିକ ଲୋକଙ୍କ କୋଭିଡ୍‌ରେ ମୃତ୍ୟୁ ଘଟିଥିବାରୁ ଲୋକେ ଭୟଭୀତ ହୋଇ ରହିଛନ୍ତି। ଏଥର କାଲିଫର୍ଣ୍ଣିଆ, ଉଟାହ, ହୱାଇ, କୋଲ୍‌ରାଡୋ, ଓରୋଗାନ୍‌ ଏବଂ ୱାସିଂଟନ ରାଜ୍ୟ ସଂପୂର୍ଣ୍ଣ ଭାବେ ପୋଷ୍ଟାଲଂ ଭୋଟିଂ ଉପରେ ଗୁରୁତ୍ବ ଦେବାକୁ ଯୋଜନା କରୁଛନ୍ତି। ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆଜି ପର୍ଯ୍ୟନ୍ତ ଯେତେସବୁ ସର୍ଭେ ହୋଇଛି ସେଥିରେ ପୋଷ୍ଟାଲ ଭୋଟିଂକୁ ନେଇ ବଡ଼ ଧରଣର ଗଡ଼ବଡ଼ ଆଶଙ୍କା ପ୍ରକାଶ ପାଇନାହିଁ। ପୋଷ୍ଟାଲ ଭୋଟିଂରେ ଜାଲିଆତିକୁ ନେଇ ୨୦୧୭ରେ ହୋଇଥିବା ଏକ ସର୍ଭେରେ ଜାଲିଆତି ହାର ୦.୦୦୦୪ରୁ ୦.୦୦୦୯% ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଦେଶରେ ଆଗାମୀ ନିର୍ବାଚନରେ ବିଭିନ୍ନ ଜନମତ ସର୍ଭେରେ ଟ୍ରମ୍ପ୍‌ଙ୍କଠାରୁ ତାଙ୍କ ପ୍ରତିଦ୍ବନ୍ଦ୍ବି ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବାଇଡେନ୍‌ ଆଗୁଆ ରହିଥିବାରୁ ନିର୍ବାଚନ ଘୁଞ୍ଚାଇବା ପ୍ରସ୍ତାବକୁ ନେଇ ରାଜନୀତି ସରଗରମ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe