ଶ୍ରୀଲଙ୍କା ସଂକଟ: ଆସନ୍ତାକାଲି ବାଚସ୍ପତିଙ୍କୁ ନିଜର ଇସ୍ତଫା ପତ୍ର ଧରାଇବେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ

Advertisment
ଶ୍ରୀଲଙ୍କା ଫେରିଲେ ଗୋଟାବାୟା ରାଜପକ୍ଷେ, ସରକାର ଯୋଗାଇଦେଲେ ଘର, ସୁରକ୍ଷା

gotabaya-rajapaksa

ନୂଆଦିଲ୍ଳୀ: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଆସନ୍ତାକାଲି ଶୀର୍ଷ ପଦରୁ ଇସ୍ତଫା ଦେବା ସହ ଇସ୍ତଫା ପତ୍ର ବାଚସ୍ପତିଙ୍କ ହାତରେ ଦେଇ ଏକ ସ୍ବତନ୍ତ୍ର ଘୋଷଣା କରିବାକୁ ଯାଉଛନ୍ତି ବୋଲି ସୂତ୍ରରୁ ଜାଣିବାକୁ ମିଳିଛି। ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଇସ୍ତଫା ପରେ ଶ୍ରୀଲଙ୍କାରେ ଉପୁଜିଥିବା ପରିସ୍ଥିତିରେ ପରିବର୍ତ୍ତନ ଆସିପାରେ ବୋଲି ଅନୁମାନ କରାଯାଉଛି।

ସୂତ୍ରରୁ ଜାଣିବାକୁ ମିଳିଛି ଯେ ଦୁଇ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତିି ଉପୁଜିବାରୁ ୮ ଜଣ ଆନ୍ଦୋଳନକାରୀ କ୍ଷତାକ୍ତ ହୋଇ କଲୋମ୍ବର ନେସ୍‌ନାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି।

ଆନ୍ଦୋଳନ ଚଳାଇଥିବା ସଂଗଠନଗୁଡ଼ିକର ନେତାମାନେ କହିଛନ୍ତି ଉଭୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ସେମାନଙ୍କ ପଦ ନଛାଡ଼ିବା ପର୍ଯ୍ୟନ୍ତ ସେମାନେ ରାଷ୍ଟ୍ରପତି ଭବନକୁ ଅଧୀନରେ ରଖିବେ।

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଉତ୍ତରାଧିକାରୀ ଆସନ୍ତା ୨୦ ତାରିଖରେ ନିର୍ବାଚିତ ହେବେ। ପୂର୍ବ ଘୋଷଣା ଅନୁଯାୟୀ ରାଷ୍ଟ୍ରପତି ଆସନ୍ତା ୧୩ ତାରିଖରେ ଇସ୍ତଫା ଦେବେ। ୧୫ ତାରିଖରେ ସଂସଦର ଅଧିବେଶନ ହେବ। ୧୯ ତାରିଖ ସୁଦ୍ଧା ରାଷ୍ଟ୍ରପତି ପଦ ପାଇଁ ମନୋନୟନ ପତ୍ର ଗ୍ରହଣ କରାଯିବ ତାହା ପରେ ୨୦ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ। ନୂଆ ସରକାର ଗଠନ ପାଇଁ ଗୋଟାବାୟ ଓ ଅନ୍ୟ ସବୁ ମନ୍ତ୍ରୀ ଇସ୍ତଫା ଦେବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ସମ୍ବିଧାନ ବିଶେଷଜ୍ଞଙ୍କ କହିବାନୁଯାୟୀ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବେ ଇସ୍ତଫା ଦେବାପରେ ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ବାଚସ୍ପତି କାମଚଳା ରାଷ୍ଟ୍ରପତି ଭାବେ ନିଯୁକ୍ତ ହେବେ। ଏହାପରେ ୩୦ ଦିନ ଭିତରେ ସଂସଦ ନୂଆ ରାଷ୍ଟ୍ରପତି ନିର୍ବାଚନ କରିବ। ଗୋଟାବାୟା ରାଜପକ୍ଷଙ୍କ କାର୍ଯ୍ୟକାଳ ଆସନ୍ତା ୨୦୨୪ରେ ଶେଷ ହେଉଛି। ତେଣୁ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ନବନିଯୁକ୍ତ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ବଳବତ୍ତର ରହିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe