‘ବାଇପାସ୍‌ ସର୍ଜରି’ ପରେ ‘ଏମ୍‌ସ୍‌’ର ‘ଆଇସିୟୁ’ରୁ ବାହାରିଲେ ରାଷ୍ଟ୍ରପତି କୋବିନ୍ଦ

Advertisment
‘ବାଇପାସ୍‌ ସର୍ଜରି’ ପରେ ‘ଏମ୍‌ସ୍‌’ର ‘ଆଇସିୟୁ’ରୁ ବାହାରିଲେ ରାଷ୍ଟ୍ରପତି କୋବିନ୍ଦ

ନୂଆଦିଲ୍ଲୀ: ଶନିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ‘ଆଇସିୟୁ’ରୁ ‘ଏମ୍‌ସ୍‌ ହସ୍ପିଟାଲ୍‌’ର ଏକ ସ୍ୱତନ୍ତ୍ର କୋଠରିକୁ ସ୍ଥାନାନ୍ତର କରାଯାଇଛି। ମାର୍ଚ ୩୦ ତାରିଖ ଦିନ ବାଇପାସ୍‌ ସର୍ଜରି ହେବା ପରଠାରୁ ରାଷ୍ଟ୍ରପତି କୋବିନ୍ଦଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେଉଥିବା କଥା ରାଷ୍ଟ୍ରପତି ଭବନ ତରଫରୁ କୁହାଯାଇଛି।

ଟୁଇଟ୍‌ କରି ରାଷ୍ଟ୍ରପତି ଭବନ କହିଛି, ନିରବଚ୍ଛିନ୍ନ ଭାବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଛି। ଡାକ୍ତରମାନେ ସବୁବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପ୍ରତି ଦୃଷ୍ଟି ଦେବା ସହ ବିଶ୍ରାମ ନେବା ପାଇଁ ତାଙ୍କୁ ପରାମର୍ଶ ଦେଇଛନ୍ତି।

publive-image Image Courtesy of Free Press Journal

ଏ ସପ୍ତାହ ପ୍ରାରମ୍ଭରେ ଦିଲ୍ଲୀର ‘ଏମ୍‌ସ୍‌’ରେ ରାଷ୍ଟ୍ରପତି କୋବିନ୍ଦଙ୍କର ‘ପ୍ଲାନ୍‌ଡ୍‌ ବାଇପାସ୍‌ ସର୍ଜରି’ କରାଯାଇଥିଲା। ଗୁରୁବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଥିଲେ ଯେ, ବାଇପାସ୍‌ ସର୍ଜରି ପରେ ସେ ଶୀଘ୍ର ସୁସ୍ଥ ହେଉଛନ୍ତି। ଡାକ୍ତର ଏବଂ ସ୍ୱାସ୍ଥ୍ୟ ସେବାକାରୀଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଥିଲେ।

ଆଶୁ ଆରୋଗ୍ୟ କାମନା କରି ସମଗ୍ର ଦେଶ ତଥା ବିଦେଶରୁ ନାଗରିକ ଏବଂ ନେତାମାନେ ପଠାଇଥିବା ବାର୍ତ୍ତା ପାଇଁ ସେ ଅଭିଭୂତ ହୋଇପଡ଼ିଛନ୍ତି। ୭୫ ବର୍ଷିୟ କୋବିନ୍ଦ କହିଛନ୍ତି, ଆପଣମାନଙ୍କୁ କୃତଜ୍ଞତା ବ୍ୟକ୍ତ କରିବା ପାଇଁ ଭାଷା ପାଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe