ସାଧାରଣତନ୍ତ୍ର ଦିବସ ହିଂସାକୁ ସମାଲୋଚନା କରିବା ସହ ସରକାର କୃଷକଙ୍କ କଲ୍ୟାଣ କରୁଥିବା କହିଲେ ରାଷ୍ଟ୍ରପତି

Advertisment
ସାଧାରଣତନ୍ତ୍ର ଦିବସ ହିଂସାକୁ ସମାଲୋଚନା କରିବା ସହ ସରକାର କୃଷକଙ୍କ କଲ୍ୟାଣ କରୁଥିବା କହିଲେ ରାଷ୍ଟ୍ରପତି

Image Courtesy of India Today

ନୂଆଦିଲ୍ଲୀ: ଆଜି ବଜେଟ୍‌ ଅଧିବେଶନ ପ୍ରାରମ୍ଭରେ ସଂସଦର ମିଳିତ ଅଧିବେଶନରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କୃଷି ଆଇନକୁ ବିରୋଧ କରି ସାଧାରଣତନ୍ତ୍ର ଦିବସରେ ଘଟିଥିବା ହିଂସାକାଣ୍ଡକୁ ସମାଲୋଚନା କରିବା ସହ ମୋଦୀ ସରକାରଙ୍କ କୃଷି ଆଇନ କୃଷକମାନଙ୍କ କଲ୍ୟାଣ କରିବ ବୋଲି କହିଛନ୍ତି।

ବିବାଦୀୟ ‘ସର୍ବନିମ୍ନ ବିକ୍ରୟ ମୂଲ୍ୟ’ (ଏମ୍‌ଏସ୍‌ପି) ସଂକ୍ରାନ୍ତରେ ରାଷ୍ଟ୍ରପତି କୋବିନ୍ଦ କହିଲେ, ‘ଏମ୍‌ଏସ୍‌ପି’ ଉପରେ ଆମେ ସ୍ୱାମୀନାଥନ କମିସନ୍‌ ରିପୋର୍ଟ କାର୍ଯ୍ୟକାରୀ କରିଛୁ। ଆମେ ଅଣୁ ଜଳସେଚନ ଉପରେ ଧ୍ୟାନ ଦେଉଛୁ।

publive-image Image Courtesy of Daily Excelsior

ସରକାର ପ୍ରଚଳନ କରିଥିବା ବିଭିନ୍ନ ଯୋଜନାଦ୍ୱାରା କୃଷକମାନେ ଲାଭବାନ ହେଉଥିବାରୁ ଆମେ ଆନନ୍ଦିତ। ଦେଶରେ ରେକର୍ଡ ପରିମାଣର ଶସ୍ୟ, ଫଳ ଓ ପନିପରିବା ଉତ୍ପାଦନ ହେଉଛି। କ୍ଷୁଦ୍ରଚାଷୀମାନଙ୍କ ଲାଗି ସରକାର କେତେକ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ତିନି କୃଷି ଆଇନ ସଂକ୍ରାନ୍ତରେ ରାଷ୍ଟ୍ରପତି କହିଲେ, ସାତ ମାସ ପୂର୍ବେ ବିଧିବଦ୍ଧ ପରାମର୍ଶ ପରେ ସରକାର ତିନିଟି କୃଷି ଆଇନ କାର୍ଯ୍ୟକାରୀ କରିଛନ୍ତି। ଏହା ୧୦ କୋଟି କ୍ଷୁଦ୍ରଚାଷୀଙ୍କୁ ଉପକୃତ କରିବ। ଅତୀତରେ ଅନେକ ରାଜନୈତିକ ଦଳ ଏହାକୁ ସମର୍ଥନ କରିଛନ୍ତି। ସଂସଦରେ ମଧ୍ୟ ଏହି ବିଲ୍‌ ଉପରେ ରୀତିମତେ ବିତର୍କ ହୋଇଛି। କିନ୍ତୁ, ସୁପ୍ରିମ୍‌ କୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଏବେ ଏହାକୁ ସ୍ଥଗିତ ରଖାଯାଇଛି।

ରାଷ୍ଟ୍ରପତି ଆହୁରି ମଧ୍ୟ କହିଲେ ଯେ, ଏହି ତିନି କୃଷି ଆଇନ ଗଠନ ହେବା ପୂର୍ବରୁ କୃଷକମାନଙ୍କୁ ମିଳୁଥିବା ଅଧିକାର ଓ ସୁବିଧା କାଣ୍ଟଛାଣ୍ଟ କରାଯାଇ ନାହିଁ ବୋଲି ପୂର୍ବରୁ ସରକାର ସ୍ପଷ୍ଟ କରି ଦେଇଛନ୍ତି। ବରଂ ସରକାରଙ୍କର ଏହି ନୂତନ କୃଷି ସଂସ୍କାର କୃଷକମାନଙ୍କୁ ନୂତନ ସୁବିଧା ଓ ଅଧିକାର ପ୍ରଦାନ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe