ଆପଣ କନ୍ନଡ ଜାଣିଛନ୍ତି କି ସିଏମ ସିଦ୍ଧରମୈୟାଙ୍କ ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରପତି ମୁର୍ମୁ ଦେଲେ ଏଭଳି ଉତ୍ତର

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଷ୍ଟ୍ରପତିଙ୍କୁ ପଚାରିଲେ ଆପଣ କନ୍ନଡ ଭାଷା ଜାଣନ୍ତି କି, ଏହା ଶୁଣି ସେ ହସିଥିଲେ। ରାଷ୍ଟ୍ରପତି କହିଥିଲେ ଯେ, କନ୍ନଡ ତାଙ୍କର ମାତୃଭାଷା ନୁହେଁ, କିନ୍ତୁ ମୁଁ ସବୁ ଭାରତୀୟ ଭାଷାକୁ ସମ୍ମାନ କରେ...

President Murmu gave this answer to CM Siddaramaiah's question: Do you know Kannada?

President Murmu gave this answer to CM Siddaramaiah's question: Do you know Kannada? Photograph: (sambad.in)

ବେଙ୍ଗାଲୁରୁ:କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଧ୍ୟରେ ଏକ ଆକର୍ଷଣୀୟ ଆଲୋଚନା ହୋଇଥିଲା,ଯେତେବେଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହସି ହସି ରାଷ୍ଟ୍ରପତିଙ୍କୁ ପଚାରିଥିଲେ ଯେ, ସେ କନ୍ନଡ ଜାଣନ୍ତି କି?

ରାଷ୍ଟ୍ରପତି ଏହି ପ୍ରଶ୍ନର ଉତ୍ତର ହସି କହିଥିଲେ, "କନ୍ନଡ ମୋର ମାତୃଭାଷା ନୁହେଁ, କିନ୍ତୁ ମୁଁ ମୋ ଦେଶର ସମସ୍ତ ଭାଷା, ସଂସ୍କୃତି ଏବଂ ପରମ୍ପରାକୁ ସମ୍ମାନ କରେ। ସେ ଏହା ମଧ୍ୟ ଆଶ୍ୱାସନା ଦେଇଥିଲେ ଯେ ସେ ଧୀରେ ଧୀରେ କନ୍ନଡ ଭାଷା ଶିଖିବାକୁ ଚେଷ୍ଟା କରିବେ। 

ଏହି ଆଲୋଚନା ମାଇସୁରରେ ଅଖିଳ ଭାରତୀୟ ଭାଷଣ ଏବଂ ଶ୍ରବଣ ସଂସ୍ଥାନ(ଏଆଇଆଇଏସଏଚ)ର ହୀରକ ଜୟନ୍ତୀ ସମାରୋହ ସମୟରେ ହୋଇଥିଲା। ରାଷ୍ଟ୍ରପତି ମୁର୍ମୁ ଏବଂ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବ୍ୟତୀତ, କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ୍, କେନ୍ଦ୍ର ରାଜ୍ୟମନ୍ତ୍ରୀ ଅନୁପ୍ରିୟା ପଟେଲ, କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ ଏବଂ ସାଂସଦ ଯଦୁବୀର ୱାଡିଆରଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ। 

ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କନ୍ନଡ ଭାଷାରେ ସମାରୋହ ଆରମ୍ଭ କରିଥିଲେ। ମଞ୍ଚ ଉପରୁ ରାଷ୍ଟ୍ରପତିଙ୍କୁ ସମ୍ବୋଧିତ କରି ସେ ପଚାରିଥିଲେ, ଆପଣ କନ୍ନଡ ଜାଣନ୍ତି କି? ଏହା ଉପରେ ରାଷ୍ଟ୍ରପତି କନ୍ନଡ ଭାଷା ପ୍ରତି ସମ୍ମାନ ପ୍ରକାଶ କରି ନଥିଲେ, ବରଂ ଦେଶର ସମସ୍ତ ଭାଷା ଏବଂ ସଂସ୍କୃତିକୁ ସମ୍ମାନ କରିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ମଧ୍ୟ କହିଥିଲେ। 

ଏହା ଉଲ୍ଲେଖନୀୟ ଯେ କିଛି ମାସ ପୂର୍ବରୁ, ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କର୍ଣ୍ଣାଟକରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି କନ୍ନଡ ଶିଖିବା ଉଚିତ୍,କାରଣ ଆମେ ସମସ୍ତେ କନ୍ନଡୀଗା ବୋଲି ବିବୃତ୍ତି ଦେଇ ଏକ ରାଜନୈତିକ ବିତର୍କ ଆରମ୍ଭ କରିଥିଲେ। ବିରୋଧୀ ଦଳଗୁଡ଼ିକ ତାଙ୍କ ବକ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଏବଂ ଏହି ପ୍ରସଙ୍ଗ ଶିରୋନାମାରେ ରହିଥିଲା। 

 Droupadi Murmu | Siddaramaiah

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe