ସହିଦ ପରିବାରକୁ ଅଶୋକ ଚକ୍ର ପ୍ରଦାନ ବେଳେ କାନ୍ଦିପକାଇଲେ ରାଷ୍ଟ୍ରପତି କୋବିନ୍ଦ

Advertisment
ସହିଦ ପରିବାରକୁ ଅଶୋକ ଚକ୍ର ପ୍ରଦାନ ବେଳେ କାନ୍ଦିପକାଇଲେ ରାଷ୍ଟ୍ରପତି କୋବିନ୍ଦ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପାଳନ ବେଳେ ପ୍ରତିବର୍ଷ ସହିଦ ପରିବାରଙ୍କୁ  ମରଣୋତ୍ତର ସାମରିକ ପଦକ ପ୍ରଦାନ ବେଳେ ସର୍ବଦା ଭାରତ ଏବଂ ଭାରତୀୟମାଙ୍କ ପାଇଁ ଏକ ଦୁଃଖଦ ବାତାବରଣ ସୃଷ୍ଟି ହୋଇଥାଏ। ଶୁକ୍ରବାର ସାଧାରଣତନ୍ତ୍ର ଦିବସରେ ସାହସିକତା ପାଇଁ ପ୍ରଦାନ କରାଯାଉଥିବା ଏହି ପଦକକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଥମ ଥର ପାଇଁ ଜଣେ ସହିଦଙ୍କ ମାଆ ଓ ପତ୍ନୀଙ୍କୁ ଦେବା ବେଳେ ଭାବପ୍ରବଣ ହୋଇ ପଡ଼ିଥିଲେ।

ପ୍ରଥମ ଥର ପାଇଁ ରାଷ୍ଟ୍ରପତି କୋବିନ୍ଦ ବାୟୁସେନାର କମାଣ୍ଡୋ ଜେପି ନିରଲାଙ୍କ ମାଆ ଏବଂ ପତ୍ନୀଙ୍କୁ ସମ୍ମାନଜନକ ଅଶୋକ ଚକ୍ର ପଦକ ସମର୍ପିବା ବେଳେ କାନ୍ଦି ପକାଇଥିଲେ। ଗତବର୍ଷ ସେପ୍ଟେମ୍ବର ମାସରେ ବନ୍ଦିପୋରାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବେଳେ ସାହସିକତା ପ୍ରଦର୍ଶନ କରି ନିରଲା ଦେଶ ପାଇଁ ପ୍ରାଣ ବଳି ଦେଇଥିଲେ। ସେହି ପରି ଜଣେ ବୀରଙ୍କ ପରିବାର ଲୋକଙ୍କୁ ପୁରସ୍କାର ପ୍ରଦାନ କରିବା ଅବସରରେ ରାଷ୍ଟ୍ରପତି କୋବିନ୍ଦ କାନ୍ଦି ପକାଇ ରୁମାଲରେ ଲୁହ ପୋଛୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe