କେରଳରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବର୍ଷାରେ ବିନା ଛତାରେ ନେଲେ ସଲାମୀ

Advertisment
କରୋନା ଯାଇନାହିଁ, ସମସ୍ତେ ଟିକା ନିଅନ୍ତୁ

ଥିରୁଅନନ୍ତପୁରମ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ପ୍ରଥମ ଥର ପାଇଁ କେରଳ ଗସ୍ତରେ ଯାଇଛନ୍ତି। କୋବିନ୍ଦ ଥିରୁଅନନ୍ତପୁରମରେ ପହଞ୍ଚିବା ପୂର୍ବରୁ ବର୍ଷା ହେଉଥିଲା। ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇବା ପାଇଁ କେରଳର ରାଜ୍ୟପାଳ ପି ସଦାଶିବମ୍‌ ଓ ମୁଖ୍ୟମନ୍ତ୍ରୀ ପି ବିଜୟନ ସମେତ ଅନ୍ୟ ନେତା ଓ ଅଧିକାରୀମାନେ ବିମାନବନ୍ଦର ପହଞ୍ଚି ଥିଲେ।

ଭାରତୀୟ ସେନାର ସର୍ବୋଚ୍ଚ ସେନା ନାୟକ ଏଠାରେ ସକାଳ ୯ଟା ୩୦ରେ ପହଞ୍ଚିବା ବେଳକୁ ବର୍ଷା ହେଉଥିଲା ଓ ସେ ବର୍ଷାରେ ବିନା ଛତାରେ ସଲାମୀ ନେଇଥିଲେ। ସୁରକ୍ଷାକର୍ମୀମାନେ ଛତା ଉପଲବ୍ଧ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ, କୋବିନ୍ଦ ମନା କରି ଦେଇଥିଲେ। ଏହା ପରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ପରେ ସେ ଏଠାରୁ ୮୫ କିଲୋମିଟର ଦୂର କୋଲ୍ଲମରେ ଆୟୋଜିତ ଆଧ୍ୟାତ୍ମିକ ଗୁରୁ ମାତା ଅମୃତାନନ୍ଦମୟୀଙ୍କ ୬୪ତମ ଜନ୍ମଦିନରେ ଭାଗ ନେବାକୁ ହେଲିକପ୍ଟରରେ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe