ଜୁଲାଇ ୨୫ରେ ନୂଆ ବାସଭବନକୁ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

Advertisment
ରବିବାର ରାଷ୍ଟ୍ରପତି ପଦରୁ ବିଦାୟ ନେବେ କୋବିନ୍ଦ

News Nation

ନୂଆଦିଲ୍ଲୀ: ପୂର୍ବତନ ମନ୍ତ୍ରୀ ରାମବିଳାସ ପାଶ୍ବାନଙ୍କ ୧୨ ଜନପଥ ବଙ୍ଗଳା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନୂଆ ବାସଭବନ। ଅବସର ପରେ ଏହା କୋବିନ୍ଦଙ୍କ ନୂଆ ଠିକଣା ହେବ। ଜୁଲାଇ ୨୫ରେ ରାମନାଥ କୋବିନ୍ଦ ଏହି ନୂଆ ବାସଭବନକୁ ସ୍ଥାନାନ୍ତର ହେବେ ବୋଲି ଆଶଙ୍କା କରାଯାଉଛି। ମିଳିଥିବା ସୂଚନାନୁଯାୟୀ ବଙ୍ଗଳାରେ ପୁନଃନିର୍ମାଣ କାର୍ଯ୍ୟ ଚାଲିଛି ଏବଂ କୋବିନ୍ଦଙ୍କ ଝିଅ ଏହି କାର୍ଯ୍ୟ ତଦାରଖ କରୁଛନ୍ତି। ରାମ ବିଳାସ ପାଶ୍ବାନ୍‌ ଦୀର୍ଘ ୨ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ୧୨ ଜନପଥ ବଙ୍ଗଳାକୁ ଅକ୍ତିଆର କରିଛନ୍ତି। ରାମ ବିଳାସ ପାଶ୍ବାନଙ୍କ ମୃତ୍ୟୁ ପରେ ପୁଅ ଚିରାଗ ପାଶ୍ବାନ ଏହି ବଙ୍ଗଳା ଅକ୍ତିଆର କରିଥି‌ଲେ। କିନ୍ତୁ ଏବେ ଏହା ରାଷ୍ଟ୍ରପତିଙ୍କ ବାସଭବନ ହେବାକୁ ଯାଉଛି। କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି କୋବିନ୍ଦଙ୍କ ନୂଆ ପଡ଼ୋଶୀ ହେବାକୁ ଯାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe