ଇସ୍ତଫା ଦେଲେ ରାଷ୍ଟ୍ରପତି: ମାଳଦ୍ବୀପରୁ ସିଙ୍ଗାପୁର ଗଲେ

ଗୋଟାବାୟା ବ୍ୟକ୍ତିଗତ ଗସ୍ତରେ ଆ‌ସିଛନ୍ତି : ସିଙ୍ଗାପୁର ବିଦେଶ ମନ୍ତ୍ରାଳୟ

ଇସ୍ତଫା ଦେଲେ ରାଷ୍ଟ୍ରପତି: ମାଳଦ୍ବୀପରୁ ସିଙ୍ଗାପୁର ଗଲେ

HW News

କଲମ୍ବୋ: ବୁଧବାର ସକାଳେ ଶ୍ରୀଲଙ୍କା ଛାଡ଼ି ମାଳଦ୍ବୀପ ପଳାୟନ କରିଥିବା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଗୁରୁବାର ଦିନ ମାଳଦ୍ବୀପରୁ ସିଙ୍ଗାପୁର ଯାଇଛନ୍ତି। ଆଜି ସିଙ୍ଗାପୁରରୁ ସେ ତାଙ୍କ ଇସ୍ତଫାପତ୍ର ବାଚସ୍ପତିଙ୍କୁ ମେଲ୍‌ କରିଛନ୍ତି। ଗୋଟାବାୟା ଗତକାଲି ସନ୍ଧ୍ୟାରେ ସିଙ୍ଗାପୁର ଯାଇଥା‌ନ୍ତେ। କିନ୍ତୁ ସୁରକ୍ଷା‌ କାରଣରୁ ଗତକାଲିର ଗସ୍ତ ବାତିଲ ରହିଥିଲା। ସାଉଦି ଏୟାରଲାଇନ୍ସର ଏକ ବିମାନ ରାଜପକ୍ଷ, ତାଙ୍କ ପତ୍ନୀ ଓ ୨ ଜଣ ସୁରକ୍ଷାକର୍ମୀଙ୍କୁ ଧରି ସିଙ୍ଗାପୁରର ଚାଙ୍ଗି ବିମାନବନ୍ଦରରେ ସନ୍ଧ୍ୟା ୭.୧୭ ସମୟରେ ପହଞ୍ଚିଥିଲା। ଇତିମଧ୍ୟରେ ଶ୍ରୀଲଙ୍କା ବିଦେଶ ମନ୍ତ୍ରାଳୟ ପକ୍ଷରୁ ଆଜି ଏକ ବିବୃତ୍ତି ଜାରି କରି କୁହାଯାଇଛି ଯେ ଗୋଟାବାୟା ବ୍ୟକ୍ତିଗତ ଗସ୍ତ ପାଇଁ ସିଙ୍ଗାପୁର ଗସ୍ତରେ ଆସିଛନ୍ତି। ସେ ଆଶ୍ରୟ ମାଗିନାହାନ୍ତି କି ତାଙ୍କୁ ଆଶ୍ରୟ ଦିଆଯାଇନି। ତେବେ ଗୋଟାବାୟା‌ ପୁଣି ସିଙ୍ଗାପୁରରୁ ଦୁବାଇ ଯିବେ ବୋଲି ଖବର ମିଳିଛି। ଶ୍ରୀଲଙ୍କା ବାଚସ୍ପତି ମହିନ୍ଦା ୟାପା ଆବେୱାର୍ଦେନା ଗୋଟାବାୟାଙ୍କୁ ତୁରନ୍ତ ଇସ୍ତଫା ଦେବାପାଇଁ କହିବା ପରେ ଆଜି ସନ୍ଧ୍ୟାରେ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ। ଗୋଟାବାୟା ତୁରନ୍ତ ଇସ୍ତଫା ନଦେଲେ ତାଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବାପାଇଁ ଅନ୍ୟ ଉପାୟ ଅବଲମ୍ବନ କରାଯିବ ବୋଲି ବାଚସ୍ପତି ସତର୍କ କରାଇ ଦେଇଥିଲେ।

ମାଳଦ୍ବୀପରେ ମଧ୍ୟ ଗୋଟାବାୟାଙ୍କ ବିରୋଧରେ ଆନ୍ଦୋଳନ ହେବାରୁ ଗୋଟାବାୟା ମାଳଦ୍ବୀପ ସରକାରଙ୍କୁ ଏକ ଘରୋଇ ଜେଟ୍‌ର ବ୍ୟବସ୍ଥା କରିବାପାଇଁ ଅନୁରୋଧ କରିଥିଲେ। ମାଳଦ୍ବୀପ ସରକାରଙ୍କ ସହଯୋଗକ୍ରମେ ଗୋଟାବାୟା ସିଙ୍ଗାପୁର ଯାଇଛନ୍ତି। ତେବେ ଦୁବାଇରେ ହିଁ ରହିବାକୁ ସେ ଯୋଜନା କରୁଥିବା ନେଇ ଶ୍ରୀଲଙ୍କା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe