Image Courtesy of WION
ବେଜିଙ୍ଗ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏବଂ ଫାଷ୍ଟ୍ ଲେଡି ମେଲାନିଆ କୋଭିଡ୍-୧୯ ପଜିଟିଭ୍ ହୋଇଥିବା ଖବର ପ୍ରସାରଣ ହେବା ପରେ ଚୀନ୍ର ରାଷ୍ଟ୍ରାୟତ୍ତ ଦୈନିକ ସମ୍ବାଦପତ୍ର ‘ଗ୍ଲୋବାଲ୍ ଟାଇମ୍ସ୍’ ସମାଲୋଚନା କରି କହିଛି ଯେ, ଟ୍ରମ୍ପ୍ କରୋନାଭାଇରସ୍କୁ ଗୁରତ୍ବ ନ ଦେବାର ପରିଣାମ ଭୋଗୁଛନ୍ତି।
ଚୀନ୍ କମ୍ୟୁନିଷ୍ଟ୍ ପାର୍ଟିର ମୁଖପତ୍ର ‘ଗ୍ଲୋବାଲ୍ ଟାଇମସ୍’ର ସମ୍ପାଦକ ହୁ ଜିଜିନ୍ କହିଛନ୍ତି, କୋଭିଡ୍-୧୯ ଉପରେ ବିଶେଷ ଗୁରୁତ୍ବ ନ ଦେବାର ପରିଣାମ ଭୋଗୁଛନ୍ତି ଟ୍ରମ୍ପ୍ ଓ ଫାଷ୍ଟ୍ ଲେଡି। ଏ ଖବର ଯୁକ୍ତରାଷ୍ଟ୍ର ଆମେରିକାରେ ମହାମାରୀ ପରିସ୍ଥିତିର ଜଟିଳତା ଦର୍ଶାଉଛି। ଏହା ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ବ୍ୟକ୍ତିତ୍ବ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଉପରେ ନକାରାତ୍ମକ ପ୍ରଭାବ ପକାଇବ। ତାଙ୍କ ପୁନଃନିର୍ବାଚନକୁ ମଧ୍ୟ ଏହା ନକରାତ୍ମକ ଭାବେ ପ୍ରଭାବିତ କରିପାରେ।
Image Courtesy of Washington Postକିନ୍ତୁ, ଚୀନ୍ର ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଏ ସମ୍ବାଦ ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି।
ଚୀନ୍ର ଅନ୍ୟ ଏକ ସରକାରୀ ସମ୍ବାଦପତ୍ର ‘ଚାଇନା ଡେଲି’ ଲେଖିଛି, କରୋନାଭାଇରସ୍ ଆଉ ବିପଦ ନୁହେଁ ବୋଲି ଟ୍ରମ୍ପ୍ ବ୍ୟାକୁଳ ହୋଇ କହୁଥିଲେ ବି, ଏହା ବ୍ୟାପି ଚାଲିଛି ବୋଲି ପରୀକ୍ଷା ଫଳ ପଜିଟିଭ୍ ହେବା କଥା ପୁଣି ଥରେ ସ୍ମରଣ କରାଇ ଦେଉଛି। ଏ ବର୍ଷ ପ୍ରାରମ୍ଭରେ କରୋନାଭାଇରସ୍ ସଂକ୍ରମଣ ହେବା ସମୟରୁ ଟ୍ରମ୍ପ, ହ୍ବାଇଟ୍ ହାଉସ୍ ଏବଂ ତାଙ୍କ ନିର୍ବାଚନ ପ୍ରଚାର ଅଭିଯାନ ଏହାର ବିପଦ ପ୍ରତି ଗୁରୁତ୍ବ ନ ଦେଇ ତାଙ୍କ ନିଜ ପ୍ରଶାସନ ଜାରି କରିଥିବା ମାର୍ଗଦର୍ଶିକା ସମେତ ମାସ୍କ୍ ପିନ୍ଧିବା ଓ ସାମାଜିକ ଦୂରତ୍ବ ପାଳନ ଭଳି ମୌଳିକ ଜନସ୍ବାସ୍ଥ୍ୟ ମାର୍ଗଦର୍ଶିକାକୁ ଅସ୍ବୀକାର କରି ଆସିଛନ୍ତି। ବରଂ ହଜାର ହଜାର ସମର୍ଥକଙ୍କୁ ଆକର୍ଷିତ କରି ଟ୍ରମ୍ପ୍ ନିର୍ବାଚନ ରାଲି କରି ଚାଲିଛନ୍ତି। ଏହି ଭୂତାଣୁ ୨୦୦, ୦୦୦ ଆମେରିକୀୟଙ୍କ ଜୀବନ ନେବା ସହ ଦେଶ ବ୍ୟାପୀ ୭ ନିୟୁତରୁ ଅଧିକଙ୍କୁ ଆକ୍ରାନ୍ତ କରିଛି।
Follow Us