ଉତ୍କଳ ଦିବସରେ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

Advertisment
ଅଯୋଧ୍ୟା ପଦ୍ମ ପୁରସ୍କୃତଙ୍କ ଅର୍ଜି ଶୁଣିଲେ ରାଷ୍ଟ୍ରପତି

Amar Ujala

ନୂଆଦିଲ୍ଲୀ : ଭାଷାଭିତ୍ତିରେ୧୯୩୬ ମସିହା ଏପ୍ରିଲ ପହିଲାରେ ଓଡ଼ିଶା ପ୍ରଥମେ ସ୍ବତନ୍ତ୍ର ରାଜ୍ୟଭାବେ ମାନ୍ୟତା ପାଇଥିଲା । ସେହି ଉପଲକ୍ଷେ ପ୍ରତିବର୍ଷ ଏପ୍ରିଲ୧ରେ ଓଡ଼ିଶା ଦିବସ ପାଳିତ ହୋଇଆସୁଛି। ଆଜିର ଦିନକୁ ମନେପକାଇ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ବାର୍ତ୍ତା ସହ ଅଭିନନ୍ଦନ ଜଣାଇଛନ୍ତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଆରେ ଟୁଇଟ୍ କରି ଶୁଭେଚ୍ଛା ଜଣାଇବା ସହିତ ଉତ୍କଳ ଦିବସରେ ସମସ୍ତଙ୍କୁ ବିଶେଷ କରି ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରେମ ଓ ଶାନ୍ତିର ଚିରନ୍ତନ ବାର୍ତ୍ତା ଦେଉଥିବା ଏହି ଭୂମିର ଅନନ୍ୟ ସାଂସ୍କୃତିକ ଐତିହ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ, ସ୍ଥାପତ୍ୟ, ହସ୍ତକଳା ଓ ନୃତ୍ୟପାଇଁ ଏ ଦେଶ ଗର୍ବିତ ବୋଲି ରାଷ୍ଟ୍ରପତି ଶୁଭେଚ୍ଛା ବାର୍ତ୍ତାରେ ଉଲ୍ଲେଖ କରିବା ସହିତ ଓଡ଼ିଶାର ନିରନ୍ତର ବିକାଶ ପାଇଁ ଶୁଭକାମନା ଜଣାଇଛନ୍ତି।

publive-image countryandpolitics.in

ଉପରାଷ୍ଟ୍ରପତି ଏମ୍. ଭେଙ୍କୟାନାଇଡୁ ଓଡ଼ିଆରେ ଟୁଇଟ୍‌ କରି ଲେଖିଛନ୍ତି, ‘ ଆଜି ଓଡ଼ିଶା ରାଜ୍ୟ ଗଠନ ଦିବସରେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା, ଓଡ଼ିଶା ଏହାର ମହାନ କୀର୍ତ୍ତିରାଜି, ଅନନ୍ୟ ବସ୍ତ୍ରତନ୍ତ୍ର, ଆକର୍ଷଣୀୟ ବେଳାଭୂମି ଏବଂ ବିବିଧ ବନ୍ୟଜନ୍ତୁ ପାଇଁ ଜଣାଶୁଣା। ରାଜ୍ୟର ସମୃଦ୍ଧି ଏବଂ ଏହାର ଚଳଚଞ୍ଚଳ ଜନସାଧାରଣଙ୍କ ପାଇଁ ମୋର ଶୁଭକାମନା।’

publive-image DNA India

ସେହିଭଳି ଓଡ଼ିଆରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, ‘ପବିତ୍ର ଉତ୍କଳ ଦିବସର ଅବସରରେ ଶୁଭକାମନା। ଓଡ଼ିଶାର ସଂସ୍କୃତିକୁ ମୋର ସମ୍ମାନ। ଦେଶର ପ୍ରଗତି ପାଇଁ ଓଡ଼ିଶାର ଜନସାଧାରଣଙ୍କ ଅବଦାନ ଅତୁଳନୀୟ। ରାଜ୍ୟର ଜନସାଧାରଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe