କୋଆନଙ୍କ ଉପରେ ଥିବା ନିଲମ୍ବନ ଆଦେଶକୁ ରଦ୍ଦ କଲେ ରାଷ୍ଟ୍ରପତି

Advertisment
କ୍ଲବରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ନିଲମ୍ବିତ ହେଲେ ବରିଷ୍ଠ ଆଇପିଏସ ଅଧିକାରୀ

ପାଣାଜୀ: ଗୋଆର ଜଣେ ମହିଳା ପର୍ଯ୍ୟଟକଙ୍କ ସହ ଅସଦାଚରଣ ଅଭିଯୋଗରେ ୨୦୦୯ ବ୍ୟାଚ୍ ଆଇପିଏସ୍ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା। ତେବେ ୧୧ ମାସ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ନିଲମ୍ବନକୁ ରଦ୍ଦ କରିଛନ୍ତି। ଏଥିସହ କେନ୍ଦ୍ର ସରକାର ତାଙ୍କୁ ଗୋଆରୁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜକୁ ବଦଳି କରିଛନ୍ତି | ବାସ୍ତବରେ ଗତବର୍ଷ ଆଇପିଏସ ଅଧିକାରୀ ଏ କୋଆନଙ୍କୁ ଗୋଆର ଏକ ନାଇଟ୍ କ୍ଲବରେ ଜଣେ ମହିଳାଙ୍କ ସହ ଅସଦାଚରଣ ଅଭିଯୋଗରେ ନିଲମ୍ବିତ କରାଯାଇଥିଲା | ଗୋଆ ପୁଲିସ ଗୃହ ମନ୍ତ୍ରଣାଳୟ ନିକଟରେ ଏକ ରିପୋର୍ଟ ଦାଖଲ କରିବା ପରେ ଗତ ବର୍ଷ ଅଗଷ୍ଟ ୧୬ ରେ ରାଷ୍ଟ୍ରପତି ମୁର୍ମୁଙ୍କ ଦ୍ୱାରା ଏ କୋଆନ ନିଲମ୍ବିତ ହୋଇଥିଲେ।

ଅଭିଯୋଗ ହୋଇଥିଲା ଯେ ଗୋଆର ବାଗା-କେଲାଙ୍ଗୁଟର ଏକ ନାଇଟ୍ କ୍ଲବରେ ଏହି ଘଟଣା ଘଟିଥିଲା | ଆଇପିଏସ ଅଧିକାରୀଜଣକ ମଦ୍ୟପାନ କରିଥିଲେ ଓ ଏହି ସମୟରେ ତାଙ୍କର ଜଣେ ମହିଳାଙ୍କ ସହ ଝଗଡା ହୋଇଥିଲା। ଏହା ପରେ ମହିଳା ଜଣକ ଆଇପିଏସ ଅଧିକାରୀଙ୍କୁ ଚାପୁଡ଼ା ମାରିଥିଲେ। ତା’ପରେ କ୍ଲବରେ ବହୁତ ଗଣ୍ଡଗୋଳ ହୋଇଥିଲା। ମହିଳାଙ୍କ ସହ ଆଇପିଏସ୍‌ ଅଧିକାରୀଙ୍କର ଅସଦାଚରଣର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଏହାପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା | ତେବେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଅଲ ଇଣ୍ଡିଆ ସର୍ଭିସେସ୍ (ଅନୁଶାସନ ୮୫ ଅପିଲ୍) ନିୟମ, ୧୯୬୯ ର ନିୟମ ୩ ଅନୁଯାୟୀ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା। ଅଲ୍ ଇଣ୍ଡିଆ ସର୍ଭିସେସ୍ ଅନୁଯାୟୀ ସମୟ ସମୟରେ ସମୀକ୍ଷା କରାଯାଇଛି ଏବଂ ସମୀକ୍ଷା କମିଟିର ସୁପାରିଶ ଆଧାରରେ ତାଙ୍କୁ ନିଲମ୍ବନ କରିବାର ଅବଧି ୧୦ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ତେବେ ବର୍ତ୍ତମାନ ରାଷ୍ଟ୍ରପତି ତାଙ୍କ ନିଲମ୍ବନ ଆଦେଶକୁ ରଦ୍ଦ କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe