ଆମେରିକାରେ ଜାରି ରହିଛି ଭୋଟ ଗ୍ରହଣ, ଫ୍ଲୋରିଡାରେ ଭୋଟ ଦେଲେ ଟ୍ରମ୍ପ

ରାଷ୍ଟ୍ରପତି ନିର୍ବାଚନ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାରେ ମତଦାନ ଜାରି ରହିଛି। ଆମେରିକା-କାନାଡା ସୀମାନିକଟସ୍ଥ ନ୍ୟୁ ହାମ୍ପସାୟାରରେ ସୋମବାର ମଧ୍ୟରାତ୍ରିରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଥମ ଭୋଟ୍ ଗ୍ରହଣ ହୋଇଥିଲା। ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଫ୍ଲୋରିଡାରେ ଭୋଟ ଦେଇଛନ୍ତି ।

us

image credit : RCP

ନୂଆଦିଲ୍ଲୀ:  ରାଷ୍ଟ୍ରପତି ନିର୍ବାଚନ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାରେ ମତଦାନ ଜାରି ରହିଛି। ଆମେରିକା-କାନାଡା ସୀମାନିକଟସ୍ଥ ନ୍ୟୁ ହାମ୍ପସାୟାରରେ ସୋମବାର ମଧ୍ୟରାତ୍ରିରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଥମ ଭୋଟ୍ ଗ୍ରହଣ ହୋଇଥିଲା। ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଫ୍ଲୋରିଡାରେ ଭୋଟ ଦେଇଛନ୍ତି ।

ଆମେରିକାରେ ୪୦ରୁ ଅଧିକ ରାଜ୍ୟରେ ଭୋଟଗ୍ରହଣ ଚାଲିଛି । ଏସବୁ ରାଜ୍ୟ ମଧ୍ୟରେ ରହିଛି ଆରିଜୋନା, ଜର୍ଜିଆ, ମିଚିଗାନ୍, ନେଭାଡା, ନର୍ଥ କାରୋଲିନା, ପେନ୍ସିଲଭାନିଆ ଏବଂ ୱିସ୍କନ୍ସିନ୍, ଯେଉଁଠାରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହେବାର ସମ୍ଭାବନା ରହିଛି । 

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ୨୭୦ରୁ ଅଧିକ ଇଲେକ୍ଟରାଲ କଲେଜ୍ ଭୋଟ ଆବଶ୍ୟକ । ଏସବୁ ଭୋଟଗୁଡ଼ିକ ବିଭିନ୍ନ ଆମେରିକୀୟ ରାଜ୍ୟଗୁଡ଼ିକୁ କଂଗ୍ରେସ ( ଆମେରିକୀୟ ସଂସଦ)ରେ ସେମାନଙ୍କ ପ୍ରତିନିଧିତ୍ବ ଅନୁସାରେ ଆବଣ୍ଟିତ କରାଯାଇଥାଏ । ଲୋକସଂଖ୍ୟା ଅନୁସାରେ ରାଜ୍ୟଗୁଡ଼ିରୁ କଂଗ୍ରେସକୁ ପ୍ରତିନିଧିତ୍ବ ମିଳିଥାଏ ।

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଚାରର ଶେଷ ଦିନରେ ଉତ୍ତର କାରୋଲିନା, ପେନସିଲଭାନିଆ ଏବଂ ମିଚିଗାନରେ ରାଲି କରିଥିବା ବେଳେ କମଳା ହାରିସ ପେନସିଲଭେନିଆର ଫିଲାଡେଲଫିଆ ଏବଂ ପିଟସବର୍ଗରେ ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ। ସମଗ୍ର ଆମେରିକାରେ ପ୍ରାରମ୍ଭିକ ମତଦାନ ଏବଂ ମେଲ୍-ଇନ୍ ଭୋଟିଂ ଉପରେ ନଜର ରଖୁଥିବା ୟୁନିଭର୍ସିଟି ଅଫ୍ ଫ୍ଲୋରିଡାର ଇଲେକ୍ସନ ଲ୍ୟାବ୍ ଅନୁଯାୟୀ, ୭୮ ନିୟୁତରୁ ଅଧିକ ଆମେରିକୀୟ ମତଦାନ କରିସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe