ରାଷ୍ଟ୍ରପତି ନିର୍ବାଚନରେ ୯୯% ମତଦାନ; ଜୁଲାଇ ୨୧ରେ ଗଣତି, ୨୫ରେ ଶପଥ ନେବେ ନୂଆ ରାଷ୍ଟ୍ରପତି

Advertisment

୮ ସାଂସଦ ଭୋଟ୍ ଦେ‌ଲେନି, ଅନେକ ସ୍ଥାନରେ କ୍ରସ୍‌ଭୋଟିଂ

୮ ସାଂସଦ ଭୋଟ୍ ଦେ‌ଲେନି, ଅନେକ ସ୍ଥାନରେ କ୍ରସ୍‌ଭୋଟିଂ

ରାଷ୍ଟ୍ରପତି ନିର୍ବାଚନରେ ୯୯% ମତଦାନ; ଜୁଲାଇ ୨୧ରେ ଗଣତି, ୨୫ରେ ଶପଥ ନେବେ ନୂଆ ରାଷ୍ଟ୍ରପତି

indianexpress.com

ନୂଆଦିଲ୍ଲୀ : ପଞ୍ଚଦଶ ରା‌ଷ୍ଟ୍ରପତି ନିର୍ବ‌ାଚନ ପାଇଁ ସୋମବାର ଦିନ ଭୋଟଗ୍ରହଣ ଶେଷ ହୋଇଛି। ୪୭୯୬ ନିର୍ବାଚିତ ପ୍ରତିନିଧି (୭୭୧ ସାଂସଦ ଏବଂ ୪୦୨୫ ବିଧାୟକ)ଙ୍କ ମଧ୍ୟରୁ ପ୍ରାୟ ୯୯ ଭାଗ ମତଦାନରେ ଭାଗ ନେଇଛନ୍ତି। ପ୍ରଧାନମନ୍ତ୍ରୀ ‌ମୋଦୀ ଏବଂ ଅନ୍ୟ କେନ୍ଦ୍ର ମନ୍ତ୍ରୀ ସଂସଦ ଭବନରେ ଭୋଟ୍ ଦେଇଥିବା ବେଳେ ୮ ଜଣ ସାଂସଦ ଅନୁପସ୍ଥିତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ବିଜେପିରୁ ୨, ଶିବସେନାରୁ ୨, କଂଗ୍ରେସରୁ ୧, ସମାଜବାଦୀ ପାର୍ଟି ୧, ବିଏସପି ୧ ଏବଂ ଅସଦୁଦ୍ଦିନ ‌ଅୱେସି ପ୍ରମୁଖ ଅଛନ୍ତି। ବିଜେପି ସାଂସଦ ସନ୍ନି ଦେଓଲ ମଧ୍ୟ ଭୋଟ୍ ଦେଇ ନାହାନ୍ତି। ସୋମବାରର ମତଦାନରେ ଆଉ ଏକ ଭିନ୍ନ କଥାଟି ହେଲା ‌ଯେ ଅନେକ ବିଧାୟକ ଦଳୀୟ ନିଷ୍ପତ୍ତିରୁ ହଟି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ କଂଗ୍ରେସ ଏବଂ ଶରଦ ପାୱାରଙ୍କ ଏନସିପିରୁ ଦୁଇ ଦୁଇ ଜଣ ବିଧାୟକ ଅଛନ୍ତି। ସେମାନେ ବିବେକ ଅୁନସାରେ ଭୋଟ୍ ଦେଇଥିବା କହିଛନ୍ତି। ଏହସହିତ ୧୦ଟି ରାଜ୍ୟରେ ୧୦୦ ପ୍ରତିଶତ ଭୋଟ୍ ହୋଇଛି ବୋଲି ମୁଖ୍ୟ ରିଟର୍ଣ୍ଣିଂ ଅଫିସର ପିସି ମୋଡି କହିଛନ୍ତି।

publive-image

ଆସନ୍ତା ୨୧ ତାରିଖରେ ସଂସଦ ଭବନରେ ଗଣତି ହେବ ଏବଂ ଜୁଲାଇ ୨୫ରେ ନୂଆ ରାଷ୍ଟ୍ରପତି ଶପଥ ନେବେ। ଶାସକ ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ଥିବା ବେଳେ ଯଶୋବନ୍ତ ସିହ୍ନା ବିରୋଧୀ ଦଳର ପ୍ରାର୍ଥୀ ଅଛନ୍ତି। ତେବେ ୬୦ ଭାଗରୁ ଅଧିକ ଭୋଟ୍ ପାଇ ଦ୍ରୌପଦୀ ରାଷ୍ଟ୍ରପତି ନିର୍ବାଚିତ ‌ହେବା ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି। ଦ୍ରୌପଦୀ ବିଜୟ ‌ଲାଭ କଲେ ସେ ଅନେକ ଦୃଷ୍ଟିରୁ ପ୍ରଥମ ହେବେ। ସ୍ବାଧୀନ ଭାରତରେ ଜନ୍ମ ହୋଇଥିବା ପ୍ରଥମ ବ୍ୟକ୍ତି ଭାବେ ସେ ରାଷ୍ଟ୍ରପତି ହେବେ। ୬୪ ବର୍ଷୀୟ ଦ୍ରୌପଦୀ ଦେଶର କନିଷ୍ଠତମ ରାଷ୍ଟ୍ରପତି ମଧ୍ୟ ହେବେ। ସେହିଭଳି ଦେଶର ପ୍ରଥମ ଆଦିବାସୀ ନେତା ଭାବେ ସେ ମଧ୍ୟ ଏହି ଆସନରେ ବସିବେ।

publive-image

ସୋମବାର ଦିନ ସଂସଦ ଭବନରେ ଯେଉଁମାନ ଭୋଟ୍ ଦେଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ସେହିପରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଶଶୀ ଥରୁର, ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ଭୋଟ୍ ଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲାୟମ ସିଂହ ଯାଦବ ହ୍ବିଲ ଚେୟାରରେ ଯାଇ ସଂସଦ ଭବନରେ ଭୋଟ୍ ଦେଇଛନ୍ତି। ସେହିଭଳି କରୋନାରେ ପୀଡ଼ିତ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପିପିଇ କିଟ୍ ପିନ୍ଧି ଭୋଟଦାନ କରିଛନ୍ତି।

ସୋମବାର ମତଦାନ ପରେ ବିଭିନ୍ନ ରାଜ୍ୟରୁ ସଡ଼କ ଓ ବିମାନ ମାଧ୍ୟମରେ ଭୋଟ୍ ବାକ୍ସଗୁଡ଼ିକୁ ଦିଲ୍ଳୀ ଅଣାଯାଉଛି। ସାଥିରେ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରମାନେ ଆସିବେ ବୋଲି ସେ କହିଛନ୍ତି।

publive-image DD News

ମିଳିଥିବା ସୂଚନା ଅନୁଯାୟୀ ସମାଜବାଦୀ ପାର୍ଟିରେ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ କ୍ରସ୍‌ଭୋଟିଂ ହୋଇଥିବା ଜଣାପଡ଼ିଛି। ସମାଜବାଦୀ ପାର୍ଟି ନେତା ଶିବପାଲ ଯାଦବ ଟ୍ବିଟ୍‌ କରି ଖୋଲାଖୋଲି ଭାବେ କହିଛନ୍ତି ଯେ ଯେଉଁ ଯଶୋବନ୍ତ ସିହ୍ନା ନେତାଜୀ (ମୁଲାୟମ ସିଂହ ଯାଦବ)ଙ୍କୁ ଆଇଏସ୍‌ଆଇ ଏଜେଣ୍ଟ ବୋଲି କହିଛନ୍ତି, ସେ ତାଙ୍କ ସପକ୍ଷରେ କେବେହେଲେ ଭୋଟ୍ ଦେଇପାରିବେ ନାହିଁ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ କେବଳ ଶିବପାଲ ଯାଦବ ନୁହେଁ, ଅନେକ ସମାଜବାଦୀ ପାର୍ଟି ନେତା ମଧ୍ୟ ଦ୍ରୌପଦୀଙ୍କ ସପକ୍ଷରେ କ୍ରସ୍‌ଭୋଟିଂ କରିଛନ୍ତି। ବରେଲୀର ଭୋଜିପୁରା ବିଧାୟକ ତଥା ସମାଜବାଦୀ ନେତା ସାହଜିଲ ଇସଲାମ ଦ୍ରୌପଦୀଙ୍କୁ ଭୋଟ୍ ଦେଇଥିବା ଜଣାପଡ଼ିଛି। ସେହିପରି ଓଡ଼ିଶାର କଂଗ୍ରେସ ନେତା ମହମ୍ମଦ ମୋକିମ ଦଳର ନିର୍ଦ୍ଦେଶ ବିରୋଧରେ ଯାଇ ଦ୍ରୌପଦୀଙ୍କୁ ଭୋଟ୍ ଦେଇଛନ୍ତି।

publive-image ଭୋଟ ଦେବା ପୂର୍ବରୁ ବିଜେଡିର ସମସ୍ତ ରାଜ୍ୟସଭା ଓ ଲୋକସଭା ସାଂସଦ

ଦିଲ୍ଲୀ ବିଧାନସଭାରେ ୭୦ ବିଧାୟକଙ୍କ ମଧ୍ୟରୁ ୬୬ ଜଣ ଭୋଟ୍ ଦେଇଛନ୍ତି। ଦୁଇଜଣ ଆପ୍ ବିଧାୟକ ସତ୍ୟେନ୍ଦ୍ର ଜୈନ ଓ ହାଜି ୟୁନୁସ ଭୋଟ୍ ଦେଇନାହାନ୍ତି। ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବେ ଜେଲରେ ଅଛନ୍ତି ଏବଂ ଉତ୍ତରପୂର୍ବ ଦିଲ୍ଲୀର ମୁସ୍ତାଫାବାଦ ବିଧାୟକ ହାଜି ୟୁନୁସଙ୍କ ଭୋଟ୍ ନ ଦେବାର କାରଣ ଜଣାପଡ଼ି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe