ରାଷ୍ଟ୍ରପତି ନିର୍ବାଚନ ଗଣତି ଆଜି

ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଶାରୁ ଦ୍ରୌପଦୀଙ୍କୁ ୧୩୭, ଯ‌ଶୋୱନ୍ତଙ୍କୁ ୯ଟି ଭୋଟ୍‌

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନର ଭୋଟ୍‌ ଗଣତି ଆଜି ପୂର୍ବାହ୍ଣ ୧୧ଟାରେ ଆରମ୍ଭ ହେବ। ଶାସକ ଏନ୍‌ଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ‌ଥିବା ବେଳେ ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଯଶୋୱନ୍ତ ସିହ୍ନାଙ୍କ ସହ ତାଙ୍କର ପ୍ରତିଦ୍ବନ୍ଦ୍ବିତା ହୋଇଛି। ଯଦି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୁଅନ୍ତି, ସେ ହେବେ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି। ଦ୍ରୌପଦୀ ମୁର୍ମୁ ରାମନାଥ କୋବିନ୍ଦଙ୍କ ଉତ୍ତରାଧିକାରୀ ହେବାନେଇ କାହା ମନରେ ସନ୍ଦେହ ନ ଥିବା ବେଳେ ସେ କେତେ ଭୋଟ୍‌ରେ ଜିତିବେ ତାହା ଗୁରୁବାର ଗଣତି ପରେ ହିଁ ଜଣାପଡ଼ିବ। କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବାକୁ ଥିବା ବେଳେ ନୂଆ ରାଷ୍ଟ୍ରପତି ଜୁଲାଇ ୨୫ରେ ଶପଥ ନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe