ରାଷ୍ଟ୍ରପତି ନିର୍ବାଚନ ଆଜି : ସଂସଦ ଭବନ ଏବଂ ରାଜ୍ୟ ବିଧାନସଭାରେ ହେବ ମତଦାନ

Advertisment
ରାଷ୍ଟ୍ରପତି ନିର୍ବାଚନ ଆଜି : ସଂସଦ ଭବନ ଏବଂ ରାଜ୍ୟ ବିଧାନସଭାରେ ହେବ ମତଦାନ

NDTV.com

ନୂଆଦିଲ୍ଲୀ : ଦେଶର ୧୫ତମ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବା ପାଇଁ ଆଜି (ସୋମବାର) ଭୋଟ୍‌ ଗ୍ରହଣ ହେବ ହେବ। ପ୍ରାୟ ୪,୮୦୦ ନିର୍ବାଚିତ ସାଂସଦ ଏବଂ ବିଧାୟକଙ୍କୁ ନେଇ ଗଠିତ ଇଲେକଟୋରାଲ କଲେଜ୍ ଏହି ମତଦାନରେ ଭାଗ‌ନେବେ। ବିଭିନ୍ନ ରାଜନୈତିକ ଦଳ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ନେଇ ଯେଉଁ ଘୋଷଣା କରିଛନ୍ତି ସେହି ଆଧାରରେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିରୋଧୀ ଦଳ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ଠାରୁ ଆଗରେ ଅଛନ୍ତି। ମୁର୍ମୁଙ୍କ ସପକ୍ଷରେ ୬୦ ପ୍ରତିଶତରୁ ଅଧିକ ଭୋଟ୍‌ ପଡ଼ିବ ବୋଲି ଆଶା କରାଯାଉଛି। ମୋଟ୍ ୧୦ ଲକ୍ଷ ୮୬ ହଜର ୪୩୧ ମୂଲ୍ୟଭୋଟ ମଧ୍ୟରୁ ମୁର୍ମୁଙ୍କ ସପକ୍ଷରେ ୬ ଲକ୍ଷ ୬୭ ହଜାରରୁ ଅଧିକ ମୂଲ୍ୟଭୋଟ୍ ମିଳିବାର ସମ୍ଭାବନା ରହିଛି। ତାଙ୍କୁ ବିଜେଡି ସମେତ ତେଲୁଗୁ ଦେଶମ, ଶିବ ସେନା, ଜେଏମଏମ୍ ଭଳି ଅନେକ ଆଞ୍ଚଳିକ ଦଳ ସମର୍ଥନ ଜଣାଇଛନ୍ତି।

ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ସଂସଦ ଭବନ ଏବଂ ରାଜ୍ୟ ବିଧାନସଭାରେ ଅନୁଷ୍ଠିତ ହେବ ଏବଂ ଏଥିପାଇଁ ବ୍ୟାଲଟ ବକ୍ସ ପହଞ୍ଚି ସାରିଛି। ଆଗାମୀ ୨୧ ତାରିଖ ଦିନ ସଂସଦ ଭବନରେ ଭୋଟ୍‌ ଗଣତି ହେବ ଏବଂ ନୂଆ ରାଷ୍ଟ୍ରପତି ୨୫ ଜୁଲାଇରେ ଶପଥ ଗ୍ରହଣ କରିବେ। ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ୨୪ ଜୁଲାଇରେ ଶେଷ ହେବ।

ଏନ୍‌ଡିଏ ପ୍ରାର୍ଥୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ବିଭିନ୍ନ ଆଞ୍ଚଳିକ ଦଳ ଘୋଷଣା କରିସାରିଛନ୍ତି। ଆଦିବାସୀ ନେତ୍ରୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ବିଜେଡି, ୱାଇଏସ୍‌ଆର୍‌-ସିପି, ବିଏସ୍‌ପି, ଏଆଇଏଡିଏମ୍‌କେ, ଟିଡିପି, ଜେଡିଏସ୍‌, ଶିରୋମଣି ଅକାଳି ଦଳ ଏବଂ ଶିବ ସେନା ପକ୍ଷରୁ ଘୋଷଣା କରାଯାଇଛି। ତୃଣମୂଳ କଂ‌ଗ୍ରେସ ନେତା ଯ‌ଶବନ୍ତ ବିରୋଧୀ ଦଳର ପ୍ରାର୍ଥୀ ହୋଇଥିଲେ ମଧ୍ୟ ସବୁ ବିରୋଧୀ ଦଳ ତାଙ୍କୁ ସମର୍ଥନ କରୁ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe