ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହର କ୍ଷମା ଆବେଦନକୁ ଖାରଜ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହର କ୍ଷମା ଆବେଦନକୁ ଖାରଜ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

Image Source: Hindustan Times

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହର କ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଥିବା ଜଣାଯାଇଛି। ଏନେଇ ରାଷ୍ଟ୍ରପତି ଭବନରୁ ଗୃହମନ୍ତ୍ରାଳୟକୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହର କ୍ଷମା ଆବେଦନକୁ ଖାରଜ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କହିଛନ୍ତି ବୋଲି ଜାତୀୟସ୍ତରର ଏକ ସମ୍ବାଦ ସରବରାହ ସଂସ୍ଥା ରିପୋର୍ଟ କରିଥିଲା। ଗତରାତିରେ ଅମିତ ଶାହାଙ୍କର ଏହି ସୁପାରିସ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିବା କଥା କୁହାଯାଉଥିଲା।

Image result for ramnath kovind image source-amarujala.com

ମୃତ୍ୟୁଦଣ୍ଡରୁ ବର୍ତ୍ତିବା ପାଇଁ ମୁକେଶ ସିଂହ ଶେଷ ମୁହୂର୍ତ୍ତରେ ରାଜକ୍ଷମା ଲାଗି ରାଷ୍ଟ୍ରପତି କୋବିନ୍ଦଙ୍କୁ ଆବେଦନ କରିଥିଲା।
ଉଲ୍ଲେଖଯୋଗ୍ୟ, ଅନ୍ୟ ତିନି ଜଣ ଦୋଷୀଙ୍କ ସମେତ ମୁକେଶକୁ ଜାନୁଆରି ୨୨ ତାରିଖରେ ଫାଶୀ ଦେବା ଲାଗି ଦିଲ୍ଲୀ ଅଦାଲତର ଜଣେ ବିଚାରପତି ଆଦେଶ ଦେଇଥିଲେ।

ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହର ଆବେଦନ ଉପରେ ଶୁଣାଣି କରି ତା’ର କ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ଥିବାରୁ ଫାଶୀ ଉପରେ ରହିତାଦେଶ ଲଗାଇଥିଲେ। ପୂର୍ବରୁ ୩ ଦୋଷୀଙ୍କୁ ୨୨ ତାରିଖରେ ଫାଶୀ ଦେବା ପାଇଁ ଡେଥ୍‌ ୱାରେଣ୍ଟ ଜାରି ହୋଇଥିଲା। କୋର୍ଟ ତିହାର ଜେଲ୍‌ ପ୍ରଶାସନକୁ  ଫାଶୀ ସଂକ୍ରାନ୍ତ ସବିଶେଷ ରିପୋର୍ଟ ଦାଖଲ କରିବା ପାଇଁ କହିଥିଲେ।

publive-image image source-livelaw.in

କୋର୍ଟଙ୍କ ରାୟ ପରେ ତିହାର ଜେଲ୍‌ କର୍ତ୍ତୃପକ୍ଷ ଦିଲ୍ଲୀ ସରକାରଙ୍କୁ ପତ୍ର ଲେଖି ଫାଶୀ ପାଇଁ ନୂଆ ତାରିଖ ମାଗିଛନ୍ତି। କ୍ଷମା ଆବେଦନ ଉପରେ ଫଏସଲା ନହେବା ପର୍ଯ୍ୟନ୍ତ ଫାଶୀ ହୋଇପାରିବ ନାହିଁ ବୋଲି ଦର୍ଶାଇ ଦୋଷୀ ମୁକେଶ ସିଂହ ପକ୍ଷରୁ ତଳ କୋର୍ଟରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe