ପୁଡ଼ୁଚେରିରେ ଜାରି ହେବ ରାଷ୍ଟ୍ରପତି ଶାସନ

Advertisment
ପୁଡ଼ୁଚେରିରେ ଜାରି ହେବ ରାଷ୍ଟ୍ରପତି ଶାସନ

Mint

ନୂଆଦିଲ୍ଲୀ : ରାଜନୈତିକ ସଙ୍କଟ ଜାରି ରହିଥିବା ପୁଡ଼ୁଚେରିରେ କେନ୍ଦ୍ର କ୍ୟାବିନେଟ୍‌ ଆଜି ରାଷ୍ଟ୍ରପତି ଶାସନ ଲାଗୁ କରିବା ସଂକ୍ରାନ୍ତ ପ୍ରସ୍ତାବକୁ ମଂଜୁର କରିଛନ୍ତି। ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳରେ କ‌ଂଗ୍ରେସ ନେତୃତ୍ବାଧୀନ ସରକାର ଆସ୍ଥା ଭୋଟ୍‌ ହାରିବା ପରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ୍‌ର ଏହି ନିଷ୍ପତ୍ତିକୁ ଘୋଷଣା କରି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି, ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ବାମୀଙ୍କ ଇସ୍ତଫା ପରେ କୌଣସି ଦଳ ସରକାର ଗଠନ ପାଇଁ ଦାବି ନକରିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଯୋଗ୍ୟ ଚଳିତ ସପ୍ତାହ ଆରମ୍ଭରେ ଭି ନାରାୟଣସ୍ବାମୀଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର ଆସ୍ଥା ଭୋଟ୍‌ ହାରିବାପରେ ଉପରାଜ୍ୟପାଳ ରାଷ୍ଟ୍ରପତି ଶାସନ ପାଇଁ ସୁପାରିସ କରିଥିଲେ। କେନ୍ଦ୍ର କ୍ୟାବିନେଟ୍‌ ଏହି ପ୍ରସ୍ତାବକୁ ମଂଜୁର କରିଛନ୍ତି। ରାଷ୍ଟ୍ରପତିଙ୍କ ସ୍ବୀକୃତି ପରେ ବିଧାନସଭା ଭଙ୍ଗ ହେବ ଏବଂ ପୁଡ଼ୁଚେରିରେ ଅନ୍ୟ ପ୍ରଶାସନିକ କାର୍ଯ୍ୟ ପାଇଁ ଖୁବ୍‌ ଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ହେବ ବୋଲି ଜାଭଡେକର କହିଛନ୍ତି। ଉଲ୍ଲେଖଯୋଗ୍ୟ ଗତ ସୋମବାର ପୁଡ଼ୁଚେରି ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ବାମୀ ଉପରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫାପତ୍ର ଦେଇଥିଲେ। ବିଧାନସଭାରେ ଆସ୍ଥା ଭୋଟ୍‌ ପୂର୍ବରୁ ତାଙ୍କ ସରକାର ସଂଖ୍ୟାଲଘୁ ହୋଇଯିବାରୁ ନାରାୟଣସ୍ବାମୀ ନିଜ ପଦରୁ ଇସ୍ତଫା ଦେଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe