ଆଜି ଦେଶ ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ

Advertisment
ମେ ୯ରେ ମୟୂରଭଞ୍ଜ ଆସୁଛନ୍ତି ରାଷ୍ଟ୍ରପତି

livemint.com

ନୂଆଦିଲ୍ଲୀ : ସୋମବାର ଦେଶ ପାଳିବ ୭୬ତମ ସ୍ବାଧୀନତା ଦିବସ। ଏହି ଅବସରରେ ଆଜି (ରବିବାର) ସଂଧ୍ୟାରେ ଦେଶକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭବନରୁ ଜାରି ପ୍ରେସ୍‌ ବିଜ୍ଞପ୍ତି ଅନୁସାରେ ଆଜି ସଂଧ୍ୟା ୭ଟାରେ ଅଲ୍‌ ଇଣ୍ଡିଆ ରେଡିଓର ସମସ୍ତ ଜାତୀୟ ନେଟୱାର୍କ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ସମ୍ବୋଧନ ପ୍ରସାରଣ କରାଯିବ। ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଗତ ମାସରେ ଶପଥ ନେବା ପରେ ଦେଶ ଉଦ୍ଦେଶ୍ୟରେ ଏହା ହେବ ତାଙ୍କର ପ୍ରଥମ ସମ୍ବୋଧନ। ଗତ ମାସ ୨୫ରେ ରାଷ୍ଟ୍ରପତି ଭାବେ ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ଶପଥ ଗ୍ରହଣ କରିବା ପରେ ସେ ତାଙ୍କର ପ୍ରଥମ ଅଭିଭାଷଣ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe