କୃଷି ଆଇନ ସପକ୍ଷରେ ରାଷ୍ଟ୍ରପତିଙ୍କ ଯୁକ୍ତି

Advertisment

ତ୍ରିରଙ୍ଗାର ଅପମାନ ଦୁର୍ଭାଗ୍ୟଜନକ, ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ୧୯ଟି ବିରୋଧୀ ଦଳର ବର୍ଜନ

ତ୍ରିରଙ୍ଗାର ଅପମାନ ଦୁର୍ଭାଗ୍ୟଜନକ, ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ୧୯ଟି ବିରୋଧୀ ଦଳର ବର୍ଜନ

କୃଷି ଆଇନ ସପକ୍ଷରେ ରାଷ୍ଟ୍ରପତିଙ୍କ ଯୁକ୍ତି

ନୂଆଦିଲ୍ଲୀ : ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ପାରମ୍ପରିକ ଭାବେ ସଂସଦର ମିଳିତ ଅଧିବେଶନରେ ଅଭିଭାଷଣ ରଖିଥିଲେ। ଏହି ଅବସରରେ ଉଭୟ ଗୃହର ସାଂସଦମାନଙ୍କୁ ଉଦ୍‌ବୋଧନ ଦେଇ ସେ ଗତ ଜନରାଜ୍ୟ ଦିବସରେ ସଂଘଟିତ ହିଂସା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏଭଳି ପବିତ୍ର ଦିବସରେ ଜାତୀୟ ପତାକାକୁ ଅପମାନ କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ। ଆମ ସମ୍ବିଧାନ ଆମକୁ କହିବାର ସ୍ବାଧୀନତା ଦେଇଛି, ସେହି ସମ୍ବିଧାନ ମଧ୍ୟ ଆମକୁ ଆଇନ କାନୁନଗୁଡ଼ିକ ଗୁରୁତ୍ବର ସହ ପାଳନ କରିବା ପାଇଁ ଶିକ୍ଷା ଦେଇଛି ବୋଲି ସେ କହିଥିଲେ। କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ସପକ୍ଷରେ ଯୁକ୍ତି ରଖି ରାଷ୍ଟ୍ରପତି କହିଥିଲେ ଯେ ନୂଆ ସଂସ୍କାର ଚାଷୀଙ୍କ ପାଇଁ କଲ୍ୟାଣକାରୀ ହେବ ଏବଂ ଚାଷୀଙ୍କ ଅଧିକାରକୁ ଅଧିକ ସୁଦୃଢ଼ କରିବ । ଏହି ଅବସରରେ ରାଷ୍ଟ୍ରପତି କୋବିନ୍ଦ ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀ ଓ କୋଭିଡ୍‌ରେ ପ୍ରାଣ ହରାଇଥିବା ନାଗରିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେହିପରି ଭାରତର ବିଶାଳ କୋଭିଡ୍‌ ଟିକାକରଣ ଯୋଜନାକୁ ସେ ଭୂୟସୀ ପ୍ରଶଂସା କରିଥିଲେ। ବିଶ୍ବର ଏହି ବୃହତ୍ତମ ଟିକାକରଣକୁ ପରିଚାଳନା କରୁଥିବା ଆମ ଦେଶ ପାଇଁ ଏହା ଅତ୍ୟନ୍ତ ଗୌରବର ବିଷୟ ହୋଇଥିବା ବେଳେ ଏଥିରେ ସାମିଲ ହୋଇଥିବା ଟିକାଦ୍ବୟ ମଧ୍ୟ ଆମ ଦେଶରେ ହିଁ ପ୍ରସ୍ତୁତ। ଏଭଳି ସଂକଟ ସମୟରେ ଭାରତ ମାନବସମାଜ ପ୍ରତି ଦାୟିତ୍ବବୋଧତା ପ୍ରଦର୍ଶନ ପୂର୍ବକ ଅନ୍ୟ ଦେଶମାନଙ୍କୁ ଲକ୍ଷ ଲକ୍ଷ ଟିକା ଯୋଗାଇପାରିଛି। ସର୍ବୋପରି ମହାମାରୀ କୋଭିଡ୍‌ର ଭୟାବହତା ଭିତରେ ତାଙ୍କ ସରକାର ନେଇଥିବା ପଦକ୍ଷେପଗୁଡ଼ିକ ସମୟୋପଯୋଗୀ ବୋଲି ସେ କହିଛନ୍ତି। ଅପରପକ୍ଷେ, କରୋନାଭୂତାଣୁ ସଂକଟ ଟାଳିବାରେ କେନ୍ଦ୍ର ସରକାରଙ୍କ ବିଫଳତା, ଚାଷୀ ଆନ୍ଦୋଳନ, ବେକାରି ଓ ଅନ୍ୟାନ୍ୟ ପ୍ରସଙ୍ଗର ପ୍ରତିବାଦ କରି ୧୯ଟି ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ଏହି ଅଭିଭାଷଣକୁ ବର୍ଜନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe