President's chopper: ହେଲିପ୍ୟାଡ୍‌ରେ ଦବିଗଲା ରାଷ୍ଟ୍ରପତିଙ୍କ ଚପର୍‌ ଚକ

କେରଳର ପ୍ରମଦମ୍ ଷ୍ଟାଡିୟମ୍‌ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ବୁଧବାର ଏକ ଛୋଟ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଷ୍ଟାଡିୟମ୍‌ର ସଦ୍ୟ ନିର୍ମିତ ହେଲିପ୍ୟାଡ୍‌ର ଢଳେଇ ଶୁଖି ନଥିବାରୁ ହେଲିକପ୍ଟରର ଚକ ତା’ ଭିତରେ ଦବିଯାଇଥିଲା।

fshfhfhxvb

Photograph: (The New Indian Express)

ନୂଆଦିଲ୍ଲୀ: କେରଳର ପ୍ରମଦମ୍ ଷ୍ଟାଡିୟମ୍‌ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ବୁଧବାର ଏକ ଛୋଟ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଷ୍ଟାଡିୟମ୍‌ର ସଦ୍ୟ ନିର୍ମିତ ହେଲିପ୍ୟାଡ୍‌ର ଢଳେଇ ଶୁଖି ନଥିବାରୁ ହେଲିକପ୍ଟରର ଚକ ତା’ ଭିତରେ ଦବିଯାଇଥିଲା। ଚାରିଦିନିଆ ସରକାରୀ ଗସ୍ତରେ ଥିବା ରାଷ୍ଟ୍ରପତି ଆଜି ଶବରୀମାଳା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।

ଖବର ଅନୁଯାୟୀ, ହେଲିପ୍ୟାଡ୍‌ରେ ଚକ ଦବିଯିବାର କିଛି ମୁହୂର୍ତ୍ତ ମଧ୍ୟରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସେମାନେ ହେଲିକପ୍ଟରକୁ ହାତରେ ଠେଲି ଦବିଯାଇଥିବା ଚକକୁ ବାହାର କରିଥିଲେ। ରାଷ୍ଟ୍ରପତି ମୁର୍ମୁଙ୍କ କେରଳ ଗସ୍ତ ଅକ୍ଟୋବର ୨୧ରେ ଆରମ୍ଭ ହୋଇ ୨୪ରେ ଶେଷ ହେବାକୁ ଯାଉଛି। ମଙ୍ଗଳବାର ତିରୁଅନନ୍ତପୁରମ୍ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ କେରଳ ରାଜ୍ୟପାଳ 
ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏବଂ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର, ମତ୍ସ୍ୟ ଓ ପଶୁପାଳନ ତଥା ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିୟାନ୍ ସ୍ୱାଗତ କରିଥିଲେ। ଆସନ୍ତାକାଲି ରାଷ୍ଟ୍ରପତି ତିରୁବନନ୍ତପୁରମର ରାଜଭବନରେ ପୂର୍ବତନ ରାଷ୍ଟ୍ରପତି କେଆର୍ ନାରାୟଣନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭର୍କାଲାର ଶିବଗିରି ମଠରେ ଶ୍ରୀନାରାୟଣ ଗୁରୁଙ୍କ ମହାସମାଧି ଶତବାର୍ଷିକୀ ଉତ୍ସବକୁ ଉଦଘାଟନ କରିବା ପରେ ପଲାଇରେ ସେଣ୍ଟ ଟମାସ୍ କଲେଜର ପ୍ଲାଟିନମ୍ ଜୟନ୍ତୀ ଉତ୍ସବର ଉଦ୍‌ଯାପନୀ ସମାରୋହରେ ଯୋଗ ଦେଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe