ବାଇଡେନ୍‌-ହାରିସ୍‌ଙ୍କୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

Advertisment

ସୋନିଆ ଗାନ୍ଧି ଶୁଭେଚ୍ଛା ଜଣାଇଲେ

ସୋନିଆ ଗାନ୍ଧି ଶୁଭେଚ୍ଛା ଜଣାଇଲେ

ବିଚାରପତିମାନେ ସତର୍କତାର ସହ କୋର୍ଟରୁମ୍‌ ବୟାନ ରଖନ୍ତୁ: ରାଷ୍ଟ୍ରପତି

New Indian Express

ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ଏବଂ ଉପ ରାଷ୍ଟ୍ରପତି ଭାବେ କମଳା ହାରିସ ବିଜୟୀ ହେବା ପରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିନନ୍ଦନ ଜଣାଇଛନ୍ତି। ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଯୋଶେଫ୍‌ ଆର୍‌. ବାଇଡେନ୍‌ଙ୍କୁ ରାଷ୍ଟ୍ରପତି କୋବିନ୍ଦ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଶାସନ କାଳରେ ଭାରତ-ଆମେରିକା ସମ୍ପର୍କ ସୁଦୃଢ ହେବ ବୋଲି ଆଶା କରିଛନ୍ତି। ଭାରତ ଏବଂ ଆମେରିକା ଏକାଠି ହୋଇ ଆଗକୁ କାର୍ଯ୍ୟ କରିବେ ବୋଲି ରାଷ୍ଟ୍ରପତି କୋବିନ୍ଦ ଟ୍ବିଟ୍‌ କରିଛନ୍ତି।

publive-image DNA India

ସୋନିଆ ଗାନ୍ଧି ଶୁଭେଚ୍ଛା ଜଣାଇଲେ
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ୍‌ଙ୍କ ବିଜୟ ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଅଭିନନ୍ଦନ ଜଣାଇଛନ୍ତି। ବାଇଡେନ୍‌ଙ୍କ ଦକ୍ଷ ନେତୃତ୍ବରେ ଭାରତ ଓ ଆମେରିକା ସମ୍ପର୍କ ସୁଦୃଢ ହେବା ସହ ଶାନ୍ତି ରକ୍ଷା ଏବଂ ବିକାଶ ଦିଗରେ ଉଭୟ ରାଷ୍ଟ୍ରର ସହଭାଗିତା ବେଶ୍‌ ଗୁରୁତ୍ବପୂର୍ଣ୍ଣ ହେବ ବୋଲି ସୋନିଆ ଟ୍ବିଟ୍‌ କରିଛନ୍ତି। ଅନ୍ୟ ଏକ ଟ୍ବିଟ୍‌ରେ ସୋନିଆ ଉପ ରାଷ୍ଟ୍ରପତି କମଳା ହାରିସଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe