ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌ ପଦୀ ମୁର୍ମୁଙ୍କ ଗୋଟିଏ ପଦକ୍ଷେପ ଦେଶର ରାଜଧାନୀ ଦିଲ୍ଲୀର ରାଜନୈତିକ ମହଲରୁ ସରଗରମ କରିଛି। ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ  କେଜ୍ରିୱାଲ ସରକାରଙ୍କୁ ବରଖାସ୍ତ କରାଯାଇଥିବା ଖବର ନେଇ ଚର୍ଚ୍ଚା ହେଉଛି।

Advertisment

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି। ରାଷ୍ଟ୍ରପତି ଗୃହ ମନ୍ତ୍ରଣାଳୟକୁ ପଠାଇଥିବା ଏକ ଚିଠି ଦ୍ୱାରା ଏହା ସୂଚିତ କରାଯାଇଛି।

ବାସ୍ତବରେ ଦିଲ୍ଲୀ ସରକାରଙ୍କ  ବରଖାସ୍ତ  ଦାବିରେ କିଛି ବିଜେପି ନେତା ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିଲେ। ବିଜେପି ନେତାମାନେ କହିଛନ୍ତି ଯେ  ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଜେଲ ଯିବା ପରେ ଦିଲ୍ଲୀରେ ସାମ୍ବିଧାନିକ ସଙ୍କଟ ଆରମ୍ଭ ହୋଇଛି। ରାଷ୍ଟ୍ରପତି ମଧ୍ୟ ଏହି ଚିଠିକୁ ଗମ୍ଭୀରତାର ସହ ଗ୍ରହଣ କରି ଗୃହ ମନ୍ତ୍ରଣାଳୟକୁ ପଠାଇଛନ୍ତି।

ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ରାଷ୍ଟ୍ରପତିଙ୍କ ସଚିବାଳୟ ବିଜେପି ବିଧାୟକଙ୍କ ଚିଠିକୁ ଗୃହ ସଚିବଙ୍କୁ ଦେଇଛନ୍ତି। ସେବେଠାରୁ ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ ହେବାର ଗୁଜବ ବୃଦ୍ଧି ପାଇବାରେ ଲାଗିଛି।  ଏହି ଚିଠିରେ କ’ଣ ଲେଖାଯାଇଛି ସେନେଇ ଚର୍ଚ୍ଚା ହେଉଛି।

 ଅଗଷ୍ଟ ୩୦ରେ ଦିଲ୍ଲୀ ବିଧାନସଭା ବିରୋଧୀ ଦଳର ନେତା ବିଜେନ୍ଦ୍ର ଗୁପ୍ତାଙ୍କ ସମେତ ଅନେକ ବିଜେପି ନେତା ଦିଲ୍ଲୀ ସରକାରଙ୍କୁ ଏକ ଚିଠି ଲେଖିଥିଲେ। ଏହି ଚିଠିରେ ଦିଲ୍ଲୀ ସରକାରଙ୍କ ବ୍ୟବସ୍ଥା ଏବଂ ଆର୍ଥିକ ସଙ୍କଟ ବିଷୟରେ ଉଲ୍ଲେଖ କରାଯାଇଥିଲା। ରାଷ୍ଟ୍ରପତି ବିଜେପି ବିଧାୟକଙ୍କ ଅଭିଯୋଗକୁ ମଧ୍ୟ ଗୁରୁତର ସହ ଗ୍ରହଣ କରିଥିଲେ। ରାଷ୍ଟ୍ରପତି ଏହି ଅଭିଯୋଗ ପତ୍ର ଗୃହ ମନ୍ତ୍ରଣାଳୟକୁ ପଠାଇ ଏହାକୁ ବିଚାର କରିବାକୁ କହିଛନ୍ତି।

ରାଷ୍ଟ୍ରପତିଙ୍କ ଏହି ଗୋଟିଏ ପଦକ୍ଷେପ ଦେଶରେ ରାଜନୈତିକ ଭୂକମ୍ପ ସୃଷ୍ଟି କରିଛି।  ଏହି ଚିଠିରେ ବିଜେନ୍ଦ୍ର ଗୁପ୍ତା ଦିଲ୍ଲୀ ସରକାରଙ୍କୁ ବରଖାସ୍ତ କରିବାକୁ ଦାବି କରିଥିଲେ। ମଦ ନୀତି ଠାରୁ ଆରମ୍ଭ କରି ୱାଟର ବୋର୍ଡରେ ଆର୍ଥିକ ସମସ୍ୟା ପର୍ଯ୍ୟନ୍ତ ଅନେକ ପ୍ରସଙ୍ଗ ଉପରେ ଏହି ଚିଠିରେ ଆଲୋଚନା କରାଯାଇଥିଲା।  

ଅଧିକ  ପଢ଼ନ୍ତୁ:ହରିୟାଣା ବିଧାନସଭା ନିର୍ବାଚନ: ମଇଦାନରେ ୩ ରାଜନେତାଙ୍କ ୧୦ ପରିବାର ସଦସ୍ୟ

ଗୃହ ମନ୍ତ୍ରଣାଳୟ ଏହା ଉପରେ କ’ଣ ଉତ୍ତର ଦେଉଛନ୍ତି ସେ ନେଇ ରାଜନୈତିକ ମହଲରେ ଉତ୍କଣ୍ଠା ବୃଦ୍ଧି ପାଇଛି। ଯଦି ଗୃହ ମନ୍ତ୍ରଣାଳୟ ରାଷ୍ଟ୍ରପତିଙ୍କ ଶାସନ ଲାଗୁ ହେବା ନେଇ ରାଜି ହୁଅନ୍ତି, ତେବେ ସମ୍ଭବତଃ ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ ହୋଇପାରେ ବୋଲି କୁହାଯାଉଛି।

ଅଧିକ  ପଢ଼ନ୍ତୁ:ରାହୁଲଙ୍କୁ ବାପା ରାଜୀବଙ୍କ କାର୍ଯ୍ୟକାଳ ମନେପକାଇଦେଲେ ବିଜେପି ନେତା