Rediffmail
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନବିଚାରପତି ଏସ୍ଏ ବୋବଡେ ଶନିବାର କହିଛନ୍ତି ଯେ ସୁପ୍ରିମ୍କୋର୍ଟର ୪ ଜଣ ବିଚାରପତି - ଜଷ୍ଟିସ୍ ଜେ ଚେଲାମେଶ୍ବର, ରଞ୍ଜନ ଗୋଗୋଇ, କୁରିଆନ ଜୋସେଫ ଓ ମଦନ ଲୋକୁର - ରୋଷ୍ଟର ପ୍ରସ୍ତୁତି ନେଇ ୨୦୧୮ ଜାନୁଆରି ୧୨ ତାରିଖରେ ଯେଉଁ ସାମ୍ବାଦିକ ସମ୍ମିଳନୀ କରିଥିଲେ, ତାହା ସୁପ୍ରିମ୍କୋର୍ଟ ଇତିହାସରେ ସବୁଠାରୁ ଦୁର୍ଭାଗ୍ୟଜନକ ଘଟଣା ଥିଲା।
ଇଣ୍ଡିଆ ଟୁଡେ କନ୍କ୍ଲେଭ୍ରେ ଭାଷଣ ଦେଇ ଜଷ୍ଟିସ୍ (ଅବସରପ୍ରାପ୍ତ) ବୋବଡେ କହିଲେ ଯେ, ଉକ୍ତ ସାମ୍ବାଦିକ ସମ୍ମିଳନୀକୁ ବନ୍ଦ କରିବା ପାଇଁ ସେ ତାଙ୍କ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ। ତେବେ କେତେକ ଖବରକାଗଜରେ ଏଥିରେ ତାଙ୍କର ଭୂମିକା ନେଇ ଯାହା ପ୍ରକାଶ ପାଇଥିଲା, ତାହା ସେ କରିନାହାନ୍ତି।
୨୦୧୮ ସାମ୍ବାଦିକ ସମ୍ମିଳନୀରେ ଚାରି ଜଣ ବିଚାରପତି ରୋଷ୍ଟର ପ୍ରସ୍ତୁତିରେ ପୂର୍ବତନ ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ମନମୁଖି କାରବାରକୁ ସମାଲୋଚନା କରିଥିଲେ। ସେ କନିଷ୍ଠ ବିଚାରପତିମାନଙ୍କୁ ଗୁରୁତ୍ବପୂର୍ଣ୍ଣ ମାମଲା ଦେଉଛନ୍ତି ଏବଂ ତାଙ୍କୁ କମ୍ ଗୁରୁତ୍ବପୂର୍ଣ୍ଣ ମାମଲା ବିଚାର ପାଇଁ ଦେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ।
Follow Us